ବିଶ୍ୱର ସବୁଠାରୁ ବୟସ୍କ ବାଘ ‘ରାଜା’ର ମୃତ୍ୟୁ

0
392
worlds oldest tiger raja dies at 25 age

କୋଲକାତା: ଭାରତ ତଥା ବିଶ୍ବର ସବୁଠୁ ଦୀର୍ଘ ଦିନ ଜୀବିତ ରହିଥିବା ବାଘ ‘ରାଜା’ର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗର ଏସକେବି ରେସକ୍ୟୁ ସେଣ୍ଟରରେ ଭୋର୍ ପ୍ରାୟ ୩ଟାରେ ରାଜାର ମୃତ୍ୟୁ ହୋଇଥିଲା। ରଜାର ବୟସ ୨୫ ବର୍ଷ ୧୦ ମାସ ବୋଲି କୁହାଯାଇଛି | ସେ ଦେଶର ସବୁଠାରୁ ଦୀର୍ଘ ଦିନ ଧରି ଜୀବିତ ବାଘ ଥିଲା। ରେସକ୍ୟୁ ସେଣ୍ଟରର କର୍ମଚାରୀମାନେ ରାଜାର ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାର ମୃତଦେହରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ରାଜାର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ବୟସାଧିକ ଯୋଗୁଁ ରାଜାର ସ୍ୱାସ୍ଥ୍ୟ ଭଲ ରହୁନଥିଲା। ରାଜାର ମୃତ୍ୟୁରେ କିନ୍ତୁ ଏଠାରେ ଶୋକର ଛାୟା ଖେଳିଯାଇଛି ଏବଂ ତା’ର ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି |

କୁହାଯାଉଛି ଯେ ଅଗଷ୍ଟ ୨୩ରେ, ‘ରଜା’ର ୨୭ ତମ ଜନ୍ମଦିନ ପାଳନ କରାଯାଇଥାନ୍ତା । ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ରାଜାର ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ ପ୍ରସ୍ତୁତି କରାଯାଇଥିଲା। ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୨୦୦୬ ମସିହାରେ ରାଜାକୁ ଜଳଦାପଡା ନ୍ୟାସନାଲ୍ ପାର୍କ ସ୍ଥିତ ଦକ୍ଷିଣ ଖେରବାରୀ ଟାଇଗର ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା । ସୁନ୍ଦରବନର ଏକ ନଦୀରେ ରାଜାକୁ କୁମ୍ଭୀର ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ଏଠାକୁ ଅଣାଯାଇଥିଲା । ସେବେଠାରୁ ଏହାକୁ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା |

Also Read  31-year-old blind Bangalore citizen completes marathon for the first time