ରାଜ୍ୟରେ ଆସନ୍ତାକାଲିଠୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ

0
304
covid-booster-dose to-18-plus from-tomorrow

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ରାଜ୍ୟରେ କୋରୋନା ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ ଆରମ୍ଭ ହେଉଛି। ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ବର୍ଗର ଲୋକଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୯୮ ପ୍ରତିଶତ ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ, ୭୨ ପ୍ରତିଶତ ଦ୍ୱିତୀୟ ଡୋଜ ଦିଆଯାଇଛି। ଠିକ୍ ସେହିପରି ୯୨ ପ୍ରତିଶତ ୧୫ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ଏବଂ ୮୨ପ୍ରତିଶତଙ୍କର ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କର ୯୬ ପ୍ରତିଶତ ପ୍ରଥମ ଡୋଜ ଏବଂ ୯୦ ପ୍ରତିଶତଙ୍କର ଦ୍ୱିତୀୟ ଡୋଜ ଟିକାକରଣ ସରିଛି।

ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଅଧିକ ଲୋକମାନଙ୍କ ମଧ୍ୟରୁ ୨୮%ଙ୍କର ଟିକାକରଣ କରାଯାଇଛି।

କାଲିଠାରୁ ୧୮ରୁ ୫୯ ବର୍ଷର ନାଗରିକମାନଙ୍କର ପ୍ରିକସନ ଡୋଜ ମାଗଣାରେ ଦିଆଯିବ। ଏହା ୭୫ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ହିଁ ପ୍ରିକସନ ଡୋଜ ନେଇଛନ୍ତି। ଆହୁରି ୯୯ ପ୍ରତିଶତ ହିତାଧିକାରୀ ପ୍ରିକସନ ନେଇନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Also Read  ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି- ନବୀନ ପଟ୍ଟନାୟକ