ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ମିଟର । ହଜାରେ ଡେଇଁଲା ଦୈନିକ ସଂକ୍ରମିତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୩୪ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭୧୭୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୭୯, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ମୟୂରଭଞ୍ଜ ଓ ପୁରୀରୁ ୨୮ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୨୨, ବାଲେଶ୍ୱରରୁ ୨୦, ନୟାଗଡ଼ରୁ ୧୯, ଯାଜପୁରରୁ ୧୮, କେନ୍ଦ୍ରାପଡ଼ାରୁ ୧୫, ବୌଦ୍ଧରୁ ୧୩, ଝାରସୁଗୁଡ଼ାରୁ ୧୨, ଗଜପତି, କଳାହାଣ୍ଡିରୁ ୧୦, ନବରଙ୍ଗପୁର ଓ ନୂଆପଡ଼ାରୁ ୯, ଭଦ୍ରକ ଓ ବଲାଙ୍ଗୀରରୁ ୭, ଗଞ୍ଜାମ ଓ କେନ୍ଦୁଝରରୁ ୬, ଦେବଗଡ଼ ଓ କୋରାପୁଟରୁ ୪, ଢେଙ୍କାନାଳରୁ ୩, ବରଗଡ଼ ଓ କନ୍ଧମାଳରୁ ୨ ଜଣ ଓ ରାୟଗଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୨୪ ଘଣ୍ଟାରେ ୪୭୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୪୮୨୫ ରହିଛି ।