ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ପରୀକ୍ଷା ବାତିଲ

0
329
again question-paper-leaked in sambalpur-university

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ । ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଆଜି ବି ପୁନରାବୃତ୍ତି ହୋଇଛି। ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ମୋବାଇଲରୁ ମୋବାଇଲ ଘୂରି ବୁଲିଛି। ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।

ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ଆସିଥିଲା। ସମ୍ବଲପୁର ବିଶ୍ବବିଦ୍ୟାୟ କର୍ତ୍ତୃପକ୍ଷ ଏହାକୁ ଗୁଜବ ବୋଲି କହି ଏଡ଼େଇ ଯାଇଥି‌ଲେ । ତେବେ, ଗତକାଲି ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଖବର ସକାଳ ୯ଟା ୪୩ ସମୟରେ ଏଜୁକେସନ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ତାଙ୍କ ପାଖରେ କୌଣସି ସୂତ୍ରରୁ ପହଂଚିବା ପରେ ସେ ତୁରନ୍ତ ବିଶ୍ଵବିଦ୍ୟାଳୟର ଗୋପନୀୟ ବିଭାଗକୁ ସୂଚିତ କରିଥିଲେ । ତେବେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହେବା ଘଟଣାକୁ ନେଇ ସବୁ କଲେଜରେ ଛାତ୍ର ଅଶାନ୍ତି ମୁଣ୍ଡ ଟେକିଲାଣି।

Also Read  Hockey WC 2018: Govers, Brand help Australia edge past Ireland