ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

0
343
wearing of masks has not stopped in state

ଭୁବନେଶ୍ବର: ବିଗତ ୧୫ ଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜଧାନୀବାସୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ନୂଆଁ ଗାଇଡଲାଇନ୍‌ ଜାରି ହୋଇଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଲୋକ ଓ ଭୁବନେଶ୍ବରକୁ ବାହାରୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସମସ୍ତ ଦୋକାନ, ସପିଙ୍ଗମଲରେ ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିନଥିଲେ ପ୍ରବେଶ ନିଷେଧ କରାଯାଇଛି। ଦୋକାନ ବାହାରେ ‘ନୋ ମାସ୍କ ନୋ ଏଣ୍ଟ୍ରି କିମ୍ବା ମାସ୍କ ନାହିଁ ତ ଜିନିଷ ନାହିଁ’ର ପୋଷ୍ଟର ମାରିବାକୁ କୁହାଯାଇଛି।

ବିଏମ୍‌ସିର ଗାଇଡଲାଇନ୍‌ ଅନୁସାରେ ପେଟ୍ରୋଲ ପମ୍ପରେ ଯେଉଁ ଗ୍ରାହକ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ପେଟ୍ରୋଲ/ଡିଜେଲ/ସିଏନ୍‌ଜି ବିକ୍ରି କରିବାକୁ ବାରଣ କରାଯାଇଛି। ସେହିପରି ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନର ମୁଖ୍ୟ ତଦାରଖ କରିବେ ଯେ ଅଫିସରେ ଥିବା ସମୟରେ ସମସ୍ତ କର୍ମଚାରୀ ମାସ୍କ ପରିଧାନ କରୁଛନ୍ତି କି ନାହିଁ। ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ସର୍ବସାଧାରଣ ସ୍ଥଳୀ ରେ ଛେପ ନପକାଇବା ଭଳି କୋଭିଡ ନିୟମର ପାଳନ କରିବେ ବୋଲି ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସର୍ବୋପରି ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି।

Also Read  କୋଏଲ ନଦୀରେ ବୁଡିଗଲେ ୪ ଭାଇ; ୨ ଭାଇ ମୃତ, ୨ ନିଖୋଜ