ଭୁବନେଶ୍ୱରରେ ଆଉ ଜଣେ ଠକ ସ୍ୱାମୀ: ମିଛ କହି ଏକାଧିକ ମହିଳାଙ୍କୁ ଫସାଇଥିବା ନେଇ ଥାନାରେ ଅଭିଯୋଗ

0
555
wife-catched-her fraudulent husband-red-handedly with-other-woman from bhubaneswar

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ଠକ । ମିଛକଥା କହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି । ଅନ୍ୟ ମହିଳାଙ୍କ ସହ ରହୁଥିବା ବେଳେ ସ୍ତ୍ରୀ ଠକ ସ୍ୱାମୀଙ୍କୁ ଧରିଛନ୍ତି। ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ସମୀର ବେଜ । ସମୀର ଭାରତ ମ୍ୟାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ସପ୍ଟୱେର ଇଂଜିନିୟର କହି ବିବାହ କରିଥିଲେ ଠକ ସମୀର ବେଜ । ବିବାହ ପରେ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲେ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଏହା ସହ ବିଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଇଥିଲେ ଠକ ସ୍ୱାମୀ । ସେଠାରେ ଦୁଇଜଣଙ୍କୁ ବିବାହ କରିଛନ୍ତି। ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସେ ସହ ରହୁଥିଲେ ବୋଲି ଅଭିଯୋଗ ହୋଇଛି। ଗତକାଲି ରାତିରେ ଖବର ପାଇ ଓଲଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ସ୍ତ୍ରୀ। ତେବେ ଅଭିଯୁକ୍ତ ସମୀର ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲେ। ପିସିଆର ପହଞ୍ଚି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ଆଣିଛି। ଅନ୍ୟ ଜଣେ ଯୁବତୀଙ୍କୁ ନେଇ ସମୀର ଫେରାର ହୋଇଯାଇଥିବା ଅଭିଯୋଗ କରି ପୂର୍ବରୁ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

Also Read  ପୁଲିସ କନଷ୍ଟେବଳଙ୍କ ଘରେ ୩୫ ଅଫିସର : ୬ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ