ଷ୍ଟାର୍ ଖେଳାଳି ପିଭି ସିନ୍ଧୁ ଜିତିଲେ ସିଙ୍ଗାପୁର ଓପନ୍ ଟାଇଟଲ୍

0
401
pv-sindhu-wins-singapore-open-title

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଟାଇଟଲ୍ ଜିତିଛନ୍ତି | ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁ ଚାଇନାର ୱାଙ୍ଗ ସିଙ୍କୁ ପରାସ୍ତ କରିଛନ୍ତି। ସେ ଏହି ଫାଇନାଲ ମ୍ୟାଚ୍ ୨୧-୯, ୧୧-୨୧ ଏବଂ ୨୧-୧୫ରେ ଜିତି ଟାଇଟଲ ହାତେଇଛନ୍ତି | ଚଳିତ ବର୍ଷ ସିନ୍ଧୁଙ୍କ ଏହା ପ୍ରଥମ ସୁପର-୫୦୦ ବ୍ୟାଡମିଣ୍ଟନ ଟାଇଟଲ୍ | ଏହାପୂର୍ବରୁ ସିନ୍ଧୁ ଦୁଇଟି ସୁପର -୩୦୦ ଟୁର୍ନାମେଣ୍ଟ ଟାଇଟଲ, ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଜିତିଥିଲେ। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପାଇଁ ନିଜର ଦାବିଦାରୀକୁ ଆହୁରି ମଜବୁତ କରିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚରେ ସିନ୍ଧୁ କୋରିଆ ଓପନ୍ ଟାଇଟଲ୍ ଜିତିବା ପରେ ଏହା ସିନ୍ଧୁଙ୍କର ପ୍ରଥମ ଫାଇନାଲ୍ ଥିଲା | ଅନ୍ୟପକ୍ଷରେ ୱାଙ୍ଗ ସି ପୂର୍ବରୁ ଜୁନ୍ ମାସରେ ଇଣ୍ଡୋନେସିଆ ଓପନର ଫାଇନାଲ ଖେଳିଥିଲେ, ଯେଉଁଥିରେ ସେ ତାଇ ଟୁଜୁ ୟିଙ୍ଗଙ୍କୁ ହରାଇଥିଲେ। ସିଙ୍ଗାପୁର ଓପନ୍ ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଫାଇନାଲ୍ ଥିଲା |

Also Read  Sindhu definitely among Indian badminton greats: Prakash Padukone