ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ଓଡିଶାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

0
475
congress-mla-mohammed-moquim-casts-vote-for-draupadi-murmu-in-odisha

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ୍‌ । ‘ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ବୋଲି କହିଲେ ବିଧାୟକ ମୋକିମ୍। ଯେହେତୁ ସେ ଓଡିଶାର ଝିଅ ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଇଛି। ଏହା ସହ କହିଛନ୍ତି ‘ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।’ ଜଣେ ଓଡ଼ିଆ ମହିଳା ଛିଡ଼ା ହୋଇଥିବାରୁ ନିଜର ମୂଲ୍ୟବାନ ଭୋଟ ତାଙ୍କୁ ଦେଇଥିବା ସହିତ ଜଣେ ଓଡ଼ିଆଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ଦେଖି ନିଜକୁ ଗର୍ବିତ ମନେ କରିବେ ବୋଲି କହିଛନ୍ତି ମୋକିମ ।

ଆମେ କହିରଖୁ କି, ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ତେବେ ମୋକିମଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ବିବାଦ। ପୂର୍ବରୁ ପିସିସି ସଭାପତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୋକିମ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହୁଇପ ନଥାଏ । ଜଣେ ଓଡ଼ିଆ ଭାବେ ମୁଁ ଅନୁଭବ କଲି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଏ ପ୍ରସଙ୍ଗରେ ଦଳୀୟ ଭିତ୍ତିରେ ଆଲୋଚନା ହେବ । ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ନେଇଛି ।

Also Read  15 proposals under the Nirbhaya Fund of more than Rs.2000 Crore appraised and recommended by the Empowered Committee