ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୯୪୫ ଜଣ କୋଭିଡ୍ ପଜିଟିଭ୍

0
472
more 836-new-corona-positive case-in-odisha

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଲଗାତର ଭାବେ କିଛି ଦିନ ହେଲା ଏକ ହଜାର ଉପରେ ରହୁଥିଲା କରୋନା । କିନ୍ତୁ ଏହା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧୦ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ ଜଣ, କଟକରୁ ୭୫ ଜଣ, ସମ୍ବଲପୁରରୁ ୫୩ ଜଣ, ସୋନପୁରରୁ ୩୭ ଜଣ, ମୟୂରଭଞ୍ଜରୁ ୩୨ ଜଣ, ନୟାଗଡ଼ରୁ ୨୭ ଜଣ, ପୁରୀରୁ ୨୦ ଜଣ, କଳାହାଣ୍ଡିରୁ ୧୮ ଜଣ, ରାୟଗଡ଼ାରୁ ୧୫ ଜଣ, ଜଗତସିଂହପୁରରୁ ୧୪ ଜଣ, ଯାଜପୁରରୁ ୧୩ ଜଣ, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରୁ ୧୨ ଜଣ ଲେଖାଁଏ, ବରଗଡ଼ ଓ ଗଜପତି ଜିଲ୍ଲାରୁ ୯ ଜଣ ଲେଖାଁଏ, ନୂଆପଡ଼ାରୁ ୭ ଜଣ, ଭଦ୍ରକ ଓ କୋରାପୁଟ ଜିଲ୍ଲାରୁ ୬ ଜଣ ଲେଖାଁଏ,ବାଲେଶ୍ବର ଓ ଝାରସୁଗୁଡ଼ା ଜିଲ୍ଲାର ୫ ଜଣ ଲେଖାଁଏ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଁଏ, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଁଏ, ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୭୬ ଜଣ ଆକ୍ରାନ୍ତ ରହିଛନ୍ତି।

Also Read  KIIT Polytechnic To Be Modelled After Nanyang Polytechnic