ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମୁର୍ମୁ; ତୃତୀୟ ରାଉଣ୍ଡ ଗଣତି ପରେ ବିଜୟ ଘୋଷଣା

0
185
President Of India To Visit Odisha From May 4 to 6
President Of India To Visit Odisha From May 4 to 6

ନୂଆଦିଲ୍ଲୀ : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। ସଫଳ ହୋଇଛି ପ୍ରାର୍ଥନା,ପୂଜାର୍ଚ୍ଚନା। ଦିନ ତମାମର ଗଣତିରେ ଆଗରେ ରହିଥିବା ଦ୍ରୌପଦୀ ମୁର୍ମୁଙ୍କର ହୋଇଛି ବାଜିମାତ୍‌। ଦେଶର ମହାମହିମ ପଦକୁ ନେଇ ହୋଇଥିବା ନିର୍ବାଚନରେ ମୁର୍ମୁ ହାତେଇଛନ୍ତି ବିଜୟ ପତାକା। ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦ ପାଇଁ ନେବେ ଶପଥ। ରାଇରଙ୍ଗପୁରରୁ ରାଇସିନା ହିଲ୍‌ର ଯାତ୍ରା ପାଇଁ ହୋଇଥିବା ତମାମ କସରତର ଫଳ ଆଜି ସାରା ଦେଶ ଦେଖୁଛି।

ପଲ୍ଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ, ଆନନ୍ଦ ଓ ଉଲ୍ଲାସ। ଆଜି ପ୍ରତିଟି ଓଡ଼ିଆଙ୍କ ମୁହଁରେ ଦ୍ରୌପଦୀଙ୍କ ନାଁ। ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ନେତ୍ରୀ ହୋଇଛନ୍ତି ଭାରତର ରାଷ୍ଟ୍ରପତି। ବିପୁଳ ସମର୍ଥନ ଆଜି ତାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ପହଞ୍ଚାଇଛି। ହେଲେ ଏ ଯାତ୍ରା ନଥିଲା ଏତେ ସହଜ। ସଙ୍ଘର୍ଷମୟ ରାଜନୀତିରେ କଷଟି ପ‌ଥରର ପରୀକ୍ଷାକୁ ଅତିକ୍ରମ କରି ସର୍ବୋଚ୍ଚ ଆସନରେ ପହଞ୍ଚିବାର ଯାତ୍ରା ନଥିଲା ଏତେ ସହଜ।

Also Read  ପୂର୍ବ ୟୁରୋପରେ ନାଟୋ ଅଧିକ ସୈନ୍ୟ ମୁତୟନ କରୁଛି

LEAVE A REPLY

Please enter your comment!
Please enter your name here