ପୋଲିସ ଉପରେ ଆକ୍ରମଣ ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ

0
142

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗୁଡ଼ା ଠାରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଡ଼ାବୁଗାଁ ପୋଲିସ ଗିରଫ କରିଛି । ଗତ ୧୯ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଡ଼ାବୁଗାଁ ପୋଲିସ ଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା । ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନଥିଲେ ।

ଅଭିଯୁକ୍ତ କୁହାଯାଉଥିବା ମହିଳାଙ୍କ ସ୍ବାମୀ ସୁଶିଲ ନାଗଙ୍କୁ ଗିରଫ କରି ପୋଲିସ ଗାଡି ନିକଟକୁ ନେଉଥିବା ସମୟରେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକେ ପ୍ରଥମେ ସୁଶିଲ ନାଗ ଉପରେ ଆକ୍ରମଣ କରିଥିଲେ । ପରେ ପୋଲିସ ତାକୁ ଜାଣି ଶୁଣି ଲୁଚାଇ ରଖିଥିଲା ବୋଲି ଅଭିଯୋଗ କରି ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଏଥିରେ ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କ ସହ ଦୁଇ ଜଣ ଏସ୍ ଆଇ ଆହତ ହୋଇଥିଲେ । ଏହି ମାମଲା ରେ ଜଡିତ ରହିଥିବା ମୁଖ୍ୟ ଅଭିଯୁକ୍ତ ସୁନାଧର ହରିଜନଙ୍କୁ ଡ଼ାବୁଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ୪୦ ଜଣ ଏଥିରେ ସଂପୃକ୍ତ ରହିଛନ୍ତି ଓ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଦୁଇ ଜଣ ମହିଳା ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ।

Also Read  ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ଆଉ ୪୦୩ ଜଣ ପଜିଟିଭ୍ ଚିହ୍ନଟ

LEAVE A REPLY

Please enter your comment!
Please enter your name here