ଗ୍ୟାସ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର ଛାତ ଓ କାନ୍ଥ, ଦୁଇ ଆହତ

0
358

ଗଞ୍ଜାମ: ଗ୍ୟାସ ଟାଙ୍କି ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ । ବିସ୍ଫୋରଣରେ ଦୁଇ ଜଣ ଆହତ ହୋଇଛି । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଘଟିଛି ଏହି ଅଘଟଣ। ବିସ୍ଫୋରଣରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଦୁଇ ଆହତଙ୍କ ମଧ୍ୟରେ ଦେବରାଜ ନାୟକ ଗୁରୁତର ଥିବାବେଳେ ଅଶୋକ ନାୟକ ସାମାନ୍ୟ ଆହତ ହୋଇଛନ୍ତି । ବନ୍ଦ ଘର ଭିତରେ ୬୬ଟି ଗ୍ୟାସ ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Also Read  ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼