ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦଶମ ପରୀକ୍ଷା ରେଜଲ୍ଟ, ଏହି ଓ୍ୱେବସାଇଟରେ ଦେଖନ୍ତୁ ମାର୍କ…

0
417
CBSE 10th Results Declared

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । ସିବିଏସ୍‌ଇ ଦଶମ ଛାତ୍ରଛାତ୍ରୀମାନେ cbseresults.nic.in ଏବଂ cbse.gov.in ରେ ନିଜର ରେଜଲ୍ଟ ଜାଣିପାରିବେ । ‘ସିବିଏସ୍‌ଇ’ ରେ ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମ ପରୀକ୍ଷା ଦେଇଥିଲେ। । ମୋଟ ପାସ୍ ହାର ୯୪.୪୦ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ମୋଟ ପାସ୍ ହାର ୯୫.୨୧ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି।

ସେପଟେ, ସକାଳେ ପ୍ରକାଶ ପାଇଥିଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ମୋଟ ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । ଏହାକୁ ମିଶାଇ ଲଗାତାର ୪ ବର୍ଷ ପାଇଁ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ରେଜାଲ୍ଟ କରିଛନ୍ତି । ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬ ଶହ ୬୨ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ପାସ ହାର ପ୍ରାୟ ୭ ପ୍ରତିଶତ କମିଛି ।

Also Read  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ କରୋନା ପଜିଟିଭ ଚିହ୍ନଟ, ଜଣେ ୧୮ ବର୍ଷରୁ କମ୍ ବର୍ଗର