୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ, ସାଉଥ ଷ୍ଟାର ସୁରିୟା ଶ୍ରେଷ୍ଠ ଅଭିନେତା

0
647
national film awards 2022

ନୂଆଦିଲ୍ଲୀ: ଘୋଷଣା ହେଲା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’କୁ ଶ୍ରେଷ୍ଠ ବୁକ୍ ଅନ ସିନେମାରେ ସମ୍ମାନିତ କରାଯାଇଛି। ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହି ପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସଞ୍ଜୟ ଦତ୍ତଙ୍କ ଫିଲ୍ମ ତୁଲସି ଦାସ ଜୁନିୟର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି । ଏଥି ସହିତ ସୁରିୟାଙ୍କ ଅଭିନୀତ ‘ସୋରାରାଇ ପୋଟ୍ରୁ’ ଅଲ୍ ଟାଇମ୍ ଏଣ୍ଟରଟେନିଂ ଫିଲ୍ମ ପୁରସ୍କାର ପାଇଛି |

‘ସୋରାରାଇ ପୋଟ୍ରୁ’ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ‘ସୋରାରାଇ ପୋଟ୍ରୁ’ ହେଉଛି ଜଣେ ଏପରି ବ୍ୟକ୍ତିଙ୍କ କାହାଣୀ ଯିଏ ସାଧାରଣ ମଣିଷଙ୍କୁ ସୁଲଭ ଦରରେ ବିମାନ ଯାତ୍ରା ସମ୍ଭବ କରିବା ପାଇଁ ସ୍ୱପ୍ନ ଦେଖେ | ତାଙ୍କ ପରିବାର, ବନ୍ଧୁ ଏବଂ ଉତ୍ସାହ ପାଇଁ ତାଙ୍କର ଏହି ସ୍ଵପ୍ନ ସାକାର କରିବାରେ ସଫଳ ହୁଅନ୍ତି।

ସୁରିୟା ଅଭିନୀତ ଏହି ତାମିଲ ଫିଲ୍ମ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିଲା | କେବଳ ଏତିକି ନୁହେଁ, ଏହା ହଲିଉଡର ୭୮ ତମ ଗୋଲ୍ଡେନ ଗ୍ଲୋବ ପୁରସ୍କାରରେ ସର୍ବଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଥିଲା | ଫିଲ୍ମର କାହାଣୀ ‘ଏୟାର ଡେକାନ’ର ମାଲିକ କ୍ୟାପଟେନ ଗୋପୀନାଥଙ୍କ ଜୀବନୀ ଉପରେ ଆଧାରିତ |

୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:

ଶ୍ରେଷ୍ଠ ଅଭିନେତା- ଅଜୟ ଦେବଗନ, ସୁରିୟା
ଶ୍ରେଷ୍ଠ ଅଭିନେତ୍ରୀ – ଅପର୍ଣ୍ଣା ବାଲମୂରଲୀ
ଶ୍ରେଷ୍ଠ ଫିଚର ଫିଲ୍ମ – ସୋରାରାଇ ପୋଟ୍ରୁ
ଶ୍ରେଷ୍ଠ ସ୍କ୍ରିନ ପ୍ଲେ – ସୋରାରାଇ ପୋଟ୍ରୁ
ଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ତୁଲସି ଦାସ ଜୁନିୟର
ଶ୍ରେଷ୍ଠ ଗୀତିକାର – ମନୋଜ ମୁମତାଶିର
ଶ୍ରେଷ୍ଠ ସହ ଅଭିନେତା – ବିଜୁ ମେନନ୍
ଶ୍ରେଷ୍ଠ ସହ ଅଭିନେତ୍ରୀ – ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲି
ଶ୍ରେଷ୍ଠ ନିର୍ଦ୍ଦେଶନା – ସଚ୍ଚି
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା (ନନ ଫିଚର)- ବିଶାଲ ଭରଦ୍ୱାଜ

Also Read  ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ୍ ଉଦ୍ୟମ, ୭ ଡକାୟତ ଗିରଫ