ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ, ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ହେବ ସାମିଲ

0
409
Odisha CM To Lay Foundation Stone For The Expansion Of Odisha Bhawan, Mumbai
Odisha CM To Lay Foundation Stone For The Expansion Of Odisha Bhawan, Mumbai

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ। ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଗତକାଲି ଫୋନ୍‌ କରି ଦ୍ରୌପଦୀଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ନିଜର ଶୁଭେଛା ଜ୍ଞାପନ କରିଥିଲେ। ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଛା ଜଣାଇଛନ୍ତି। ୪ ଦିନିଆ ଦିଲ୍ଲୀ ଗସ୍ତରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ଥିବା ମଧ୍ୟ ସୂଚନା ମିଳିଛି।

ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବା ସମୟରେ ବିଦେଶରେ ଥାଇ ମୁଖ୍ୟମନ୍ତ୍ରୀ ତାଙ୍କ ବିଜୟ କାମନା କରିବା ସହ ଶୁଭେଛା ଜଣାଇଥିଲେ। ଆଜି ଅପରାହ୍ନରେ ସଂସଦ କେନ୍ଦ୍ରୀୟ ହଲ୍‌ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ଲୋକସଭା, ରାଜ୍ୟସଭାର ସାସଂଦ ଓ ବିରୋଧୀୀ ଦଳର ସଦସ୍ୟମାନେ ଏହି ସମାବେଶରେ ଉପସ୍ଥିତ ରହିବେ।

Also Read  ମହିଳାଙ୍କୁ ବୀଭତ୍ସ ହତ୍ୟା : ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ