ଆଜି କାରଗିଲ୍ ବିଜୟ ଦିବସ; ବୀର ଯବାନଙ୍କ ଅଦମ୍ୟ ସାହାସ ଓ ବଳିଦାନକୁ ଝୁରୁଛି ସାରା ଦେଶ

0
155

ଆଜି କାରଗିଲ୍ ବିଜୟ ଦିବସ । କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଧାକୁ ମନେପକାଇ ଆଖିରୁ ଲୁହ ଗଡାଉଛି । ୧୯୯୯ ମସିହା ଜୁଲାଇ ୨୬ରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ ଉପରେ ବିଜୟ ପ୍ରାପ୍ତି କରିଥିଲା ଭାରତୀୟ ସେନା ।

ଏହି ଯୁଦ୍ଧ ଅଢେଇ ମାସରୁ ଅଧିକ ସମୟ ଧରି ଚାଲିଥିଲା । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ସହିଦଙ୍କ ଭିତରେ ଥିଲେ ୧୩ ଜଣ ଓଡ଼ିଆ। ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପାରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମର ଭାରତୀୟ ସେନାଙ୍କ ପାଇଁ । ଆଜି ସେହି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର । ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ପାକିସ୍ତାନର ମୁଖା ଖୋଲିସାରିଥିଲା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ କାରଗିଲରେ ଭାରତୀୟ ସେନାର କଡ଼ା ଜବାବରେ ଅସ୍ତବ୍ୟସ୍ତ ପାକିସ୍ତାନ ଅନ୍ତର୍ଜାତୀୟ ସହାୟତା ଲୋଡି ହତାସ ହୋଇଥିଲା ।

ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ । ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।

Also Read  India reports 27,176 new Covid Positive cases and 284 deaths

LEAVE A REPLY

Please enter your comment!
Please enter your name here