ନିଶାରେ ଚୁର୍ ହୋଇ ରାସ୍ତାରେ ଗଡୁଥିଲେ ମାତାଲ କନଷ୍ଟେବଳ, ଏବେ ନିଲମ୍ଵିତ

0
333

ଉଦଳା : ନିଶା ଖାଇ ସର୍ବସାଧାରଣ ସ୍ଥାନରେ ଗଡ଼ିବା ପଡ଼ିଲା ମହଙ୍ଗା। ନିଲମ୍ଵିତ ହେଲେ ମାତାଲ ପୋଲିସ କର୍ମଚାରୀ। ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ଵିତ ହୋଇଛନ୍ତି। ସୂଚନାନୁଯାୟୀ, ଗତ ରବିବାର ଦିନ କନଷ୍ଟେବଳ ଇଶ୍ଵର ଚନ୍ଦ୍ର ମହାନ୍ତ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ମଦ ପିଇ ନିଶାରେ ଚୁର ହୋଇ ପଡ଼ିଥିଲେ । ନିଜ ଗାଡିରୁ ପଡ଼ିଯିବା ସହ ମଦ ଦୋକାନ ସାମ୍ନାରେ ଶୋଇ ପଡ଼ିଥିଲେ। ତେବେ ନିଶାରେ ଥିବା ନେଇ କନଷ୍ଟେବଳ ଇଶ୍ଵର ଚନ୍ଦ୍ର ମହାନ୍ତ ମାନିନଥିଲେ। ଏପରିକି ସେ ନିଶାସକ୍ତ ଥିବା ସମୟରେ ତାଙ୍କୁ ସସ୍‌ପେଣ୍ଡ କରିଦେଲେ କରି ଦିଅନ୍ତୁ ବୋଲି ମଧ୍ୟ କହିଥିଲେ । ଶେଷରେ ତାହା ହିଁ ହୋଇଛି । କନଷ୍ଟେବଳଙ୍କୁ ଚାକିରୀରେ ନିଲମ୍ଵିତ କରାଯାଇଛି।

Also Read  ୨୧ରୁ ଜଗା ଦର୍ଶନ ଲାଗି ନୂଆ ଗାଇଡଲାଇନ : ଆଉ ଟିକା ସାର୍ଟିଫିକେଟ ଦାରକାର ନାହିଁ