ନିଜ ତିନି ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫୋପାଡ଼ି ଦେଲା ନୃଶଂସ ବାପା

0
529
father-kills-his 3-children and throws-bodies-of-into-well-in-sundargarh

ସୁନ୍ଦରଗଡ଼: ନିଜର ୩ ଜଣ ନିଷ୍ପାପ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫୋପାଡ଼ି ଦେଇଛି ନୃଶଂସ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ କୋଇଡା ଥାନା କୁଲାମୁଣ୍ଡା ଗାଁରେ । ସ୍ଵାମୀ-ସ୍ତ୍ରୀଙ୍କ କଳି ଭିତରେ ଜଣେ ମଦ୍ୟପ ବାପା ତା’ର ୩ ଛୁଆଙ୍କୁ କୂଅକୁ ଟେକି ଫିଙ୍ଗି ଦେଇଛି। ୩ ଛୁଆଙ୍କୁ ମାରିବା ପରେ ସମସ୍ତଙ୍କୁ କୂଅରେ ଫୋପାଡ଼ି ଦେଇ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୁଲାମୁଣ୍ଡା ସାହିର ପାଣ୍ଡୁ ମୁଣ୍ଡା ମଦ ପିଇ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ। ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି। ଖବର ପାଇ ଆଜି ସକାଳୁ ଅଗ୍ନିଶମବାହିନୀ କୂଅରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ମଦ୍ୟପ ବାପା । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Also Read  Paika Vidroha Gallery inaugurated at State Museum