ଚଳିତ ବର୍ଷ ତୃତୀୟ ସ୍ପେସ୍‌ ମିଶନ୍‌ରେ ଯିବ ଜେଫ୍ ବେଜୋସ୍‌ଙ୍କ ‘ବ୍ଲୁ ଅରିଜିନ୍’,ମହାକାଶ ଯାତ୍ରାରେ ଯିବେ ୬ ଯାତ୍ରୀ

0
369

ନୂଆଦିଲ୍ଲୀ : ସଫଳତାର ସହିତ ଚଳିତ ବର୍ଷ ଦୁଇଟି ମାହାକାଶ ଯାତ୍ରା ଶେଷ କରିବା ପରେ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ୍ ଅଗଷ୍ଟ ୪ରେ ବର୍ଷର ତୃତୀୟ ଉଡ଼ାଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ନ୍ୟୁ ଶେପାର୍ଡ ମହାକାଶଯାନ ୬ଜଣ ଯାତ୍ରୀଙ୍କୁ ନେଇ ମହାକାଶ ଯାତ୍ରାରେ ବାହାରିବ। ଗୁରୁବାର ଭାରତୀୟ ସମୟ ଅନୁସାରେ ସକାଳ ୮ଟା ୩୦ ମିନିଟ ସମୟରେ ମହାକାଶ ଯାତ୍ରା କରିବ। ଚଳିତ ବର୍ଷ ଏହା ତୃତୀୟ ଯାତ୍ରା ହେବ ଏବଂ ଏହା ପ୍ରାୟ ଦୁଇ ଦଶନ୍ଧିର ବିକାଶରେ ୨୨ ତମ ଉଡାଣ ହେବ। ଏଥର କେବଳ ପ୍ରଥମ ଇଜିପ୍ଟର ନାଗରିକ ଯାତ୍ରା କରିବେ ତାହା ନୁହେଁ ବରଂ ପର୍ତ୍ତୁଗାଲର ପ୍ରଥମ ବ୍ୟକ୍ତି ଏବଂ ବ୍ରିଟିଶ-ଆମେରିକୀୟ ପର୍ବତାରୋହୀ ଭେନେସା ଓ’ବ୍ରାଇନ୍ ମଧ୍ୟ ଯାତ୍ରା କରିବେ।

ଏସମ୍ପର୍କରେ ବ୍ଲୁ ଅରିଜିନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯାତ୍ରା ସହିତ ଭେନେସା ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିବେ। ଏହି ମିଶନ୍‌ରେ ଡ୍ୟୁଡ୍‌ ପରଫେକ୍ଟର କୋ-ଫାଉଣ୍ଡର କୋବି କଟନ୍, ପର୍ତ୍ତୁଗାଲର ଉଦ୍ୟୋଗପତି ମାରିଓ ଫେରେରିଆ, ବ୍ରିଟିଶ-ଆମେରିକୀୟ ପର୍ବତାରୋହୀ ଭେନେସା ଓ’ବ୍ରାଇନ୍, ଟେକ୍ନୋଲୋଜି ଲିଡର କ୍ଲାଏଣ୍ଟ କେଲି ଥ୍ରୀ, ଇଜିପ୍ଟିଆନ୍ ଇଞ୍ଜିନିୟର ସାରା ସାବେରୀ ଓ ଟେଲି କମ୍ୟୁନିକେସନ୍‌ ଏକଜିକ୍ୟୁଟିଭ ଷ୍ଟିଭ୍‌ ୟଙ୍ଗ ମହାକାଶ ଯାତ୍ରା କରିବେ।

Also Read  ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷାକଲେ