ଭୋଜି ଖାଇ ଶତାଧିକ ଲୋକ ଅସୁସ୍ଥ

0
239

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନ ଜାମରୁଣ୍ଡା ଓ ପଡ଼ିଗୁଡା ଗ୍ରାମର ଶତାଧିକ ଲୋକ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଉଭୟ ଗ୍ରାମରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲି ଅସୁସ୍ଥମାନଙ୍କ ଚିକିତ୍ସା କରାଯାଉଛି। ଜାମରୁଣ୍ଡା ଗାଁର ବିଶ୍ୱ ରଞ୍ଜନ ମିର୍ଧା ଙ୍କ ମାଁ ଙ୍କ ଦଶାହ ଭୋଜି ଶନିବାର ଆୟୋଜନ ହୋଇଥିଲା । ପ୍ରାୟ ୬୦୦ ଲୋକ ଭୋଜି ଖାଇଥିଲେ। ରବିବାର ଜାମରୁଣ୍ଡା ଗ୍ରାମର ୭୫ ଜଣ ଓ ପଢେଇ ଗୁଡ଼ା ଗ୍ରାମ ର ୪୨ ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା । ରାତିରେ ଉଭୟ ଗ୍ରାମ ର ଆଶା କର୍ମୀ ପୂଜାରୀଗୁଡ଼ା ମେଡିକାଲ ର ଡାକ୍ତରଙ୍କ ନେତୃତ୍ଵ ରେ ଏକ ଟିମ୍ ଜାମ୍ ରୁଣ୍ଡା ଗ୍ରାମ ଅସ୍ଥାୟୀ ଶିବିର କରି ଔଷଦ ବାଣ୍ଟିଥିଲେ ।

ପରେ ସୋମବାର ନବରଙ୍ଗପୁର ଏଡିଏମଓଙ୍କ ନେତୃତ୍ୱ ରେ ଆଉ ଏକ ଟିମ୍ ଉଭୟ ଗାଁ କୁ ଯାଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଘରକୁ ଘର ବୁଲି ସେମାନେ ବ୍ୟବହାର କରୁଥିବା ପାଣିର ନମୂନା ସଂଗ୍ରହ କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ନବରଙ୍ଗପୁର ଏଡିଏମଓ କହିଛନ୍ତି । କେଉଁ କାରଣରୁ ରୁ ସମସ୍ତେ ଆକ୍ରାନ୍ତ ହୋଇଥିଲେ ତାହା ସ୍ପଷ୍ଟ ହୋଇ ନଥିବାବେଳେ ନମୁନା ପରୀକ୍ଷା ପରେ ସବୁ ଜଣା ପଡ଼ିବ ବୋଲି ଏଡିଏମଓ କହିଛନ୍ତି।

Also Read  ପ୍ରେମିକା ମହିଳା ପୋଲିସ କନେଷ୍ଟବଳ ଙ୍କୁ ମର୍ଡର ଅଭିଯୋଗ ରେ ଗିରଫ ହେଲେ ତହସିଲଦାର