କଲେଜରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ ! ତଦନ୍ତ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

0
393

ଭୁବନେଶ୍ୱର: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ଭୁବନେଶ୍ୱର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନାର ଅଭିଯୋଗ ଆସିଛି । କଲେଜର ଜଣେ ଅଧ୍ୟାପକଙ୍କ ନାଁ ରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜାରି ରଖିଛି। ତଦନ୍ତ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଅଧ୍ୟାପକ ଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ସାରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜାରି ରଖିଛି। ଉଚ୍ଚ ଶିକ୍ଷା ବିଭାଗ ଏହି ଅଭିଯୋଗ ପାଇବା ପରେ ଅଧିକ ତଦନ୍ତ ପାଇଁ ଜିଲ୍ଲା ସ୍ତରୀୟ କମିଟିକୁ ତଦନ୍ତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

Also Read  Bhubaneswar Christian Community celebrates Christmas Celebration 2016