୨ ପିକଅପ୍ ମୁହାଁମୁହିଁ ଧକ୍କା, ୨୫ ଶ୍ରମିକ ଆହତ

0
305

ଆନନ୍ଦପୁର : ଆନନ୍ଦପୁର -କରଞ୍ଜିଆ ରାସ୍ତାର ମହୁଲଡିହା ଥାନା ସାତକୋଶିଆ ପଥୁରିଆ ସାହି ନିକଟରେ ୨ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଏଥିରେ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଶୈଲଙ୍ଗ ଓ ଝାଡକୁଣ୍ଡି ଗାଁରେ ବିଲ କାମ ସାରି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ବାଗଦଫା ଗାଁକୁ ଏକ ପିକଅପ ଯୋଗେ ୩୫ ପୁରୁଷ ଓ ମହିଳା ଶ୍ରମିକ ଫେରୁଥିଲେ। ରାସ୍ତାର ମହୁଲଡିହା ଥାନା ସାତକୋଶିଆ ପଥୁରିଆ ସାହି ନିକଟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ପିକଅପ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨୫ ଜଣ ମହିଳା ଶ୍ରମିକ ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି।

Also Read  ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ