ଆସନ୍ତା ଶିକ୍ଷାବର୍ଷରୁ +୨କୁ ଉନ୍ନୀତ ହେବ ଶହେଟି ହାଇସ୍କୁଲ

0
422
media-representatives-cannot-enter-the-school-without-permission

ଡେସ୍କ: ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ +୨କୁ ଉନ୍ନୀତ କରାଯିବ। ବିଶେଷ କରି ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ ଦୁଇ କଲେଜ୍‍ ନାହିଁ ସେହି ସବୁ ବ୍ଲକରେ ହାଇସ୍କୁଲ ଗୁଡ଼ିକୁ ଉନ୍ନୀତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କେତେକ ବ୍ଲକରେ +୨ କଲେଜ ନ ଥିବାରୁ ମାଟ୍ରିକ ପାସ ପରେ ପିଲାମାନେ ପାଠ ଛାଡୁଥିବା ଜଣାପଡିଛି। ସେହି ସବୁ ଅଂଚଳର ଛାତ୍ରୀଙ୍କ ପାଇଁ ଦୂରଦୂରାନ୍ତକୁ ଯାଇ ପାଠ ପଢିବା ସମ୍ଭବ ହେଉନଥିବାରୁ ଆଗାମୀ ଦିନରେ ସେମାନଙ୍କ ପାଇଁ ସୁବିଧା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

Also Read  ପୁଣି ୫ ଅଧିକାରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ : ବାଧ୍ୟତାମୂଳକ ଅବସର ଦିଆଗଲା