ଥାଇଲ୍ୟାଣ୍ଡ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ୧୩ ଜୀବନ୍ତ ଦଗ୍ଧ, ୩୫ ଗୁରୁତର

0
269
fire-at-a-night-club-in-thailand 13 dead

ବ୍ୟାଙ୍କକ୍: ଥାଇଲାଣ୍ଡର ଏକ ନାଇଟ୍‌କ୍ଲବରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ର ଦକ୍ଷିଣ ପୂର୍ବରେ ଥିବା ଚୋନବୁରୀ ଅଞ୍ଚଳରେ ଥିବା ନାଇଟ୍ କ୍ଲବରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅଗ୍ନିକାଣ୍ଡ ଘଟଣା ବେଳେ ନାଇଟ୍ କ୍ଲବରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ତେଣୁ ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ପୋଲିସ କର୍ଣ୍ଣେଲ ୱୁଟିପଙ୍ଗ ସୋମଜାଇ କହିଛନ୍ତି ଯେ ସତ୍ତାହିପ ଜିଲ୍ଲାର ମାଉଣ୍ଟେନ୍ ବି ନାଇଟ୍ କ୍ଲବରେ ରାତି ପ୍ରାୟ ୧ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ପୀଡିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଥାଇ ନାଗରିକ। ଏଥି ସହିତ କିଛି ବିଦେଶୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।

Also Read  ଆଜି ପବିତ୍ର ଅକ୍ଷୟା ତୃତୀୟା ଅବସରରେ ରାଜ୍ୟର ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା, ଉପକୃତ ହେବେ ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ