ଦରଦାମ ବୃଦ୍ଧି ଏବଂ ଜିଏସଟିକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ: କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

0
138
congress-protest-all-over-india against-inflation
Rahul Gandhi.(File Photo: IANS)I

ନୂଆଦିଲ୍ଲୀ: ଦରବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ କଂଗ୍ରେସ ଆଜି ଦେଶବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଇଛି । ସେପଟେ ଦଳୀୟ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । କେନ୍ଦ୍ରର ନୀତିକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସର ହଲ୍ଲାବୋଲ । ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ବେଳେ ଲୋକତନ୍ତ୍ରର ହତ୍ୟା କରାଯାଉଛି ଏବଂ ୭୦ ବର୍ଷରେ ଏହି ଦେଶ ଯାହା ନିର୍ମାଣ କରିଛି ତାହା ୮ ବର୍ଷରେ ନଷ୍ଟ ହୋଇଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହିତ ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି ।

ସଂସଦରେ ଏସବୁ ପ୍ରସଙ୍ଗ ଉଠାଉଥିବା ସାଂସଦଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଯାଉଛି । ଦେଶରେ ଏକଛତ୍ରବାଦୀ ଶାସନ ବିରୋଧରେ ମୁହଁ ଖୋଲୁଥିବାରୁ ବିରୋଧୀ ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ଲଗାଇ ଦିଆଯାଉଛି । ବିରୋଧୀଙ୍କୁ ଡରାଇବାକୁ ଇଡି, ସିବିଆଲ ଭଳି କେନ୍ଦ୍ରୀୟ ଏଜେନ୍ସି ଦୂରୁପଯୋଗ କରାଯାଉଛି ବୋଲି ରାହୁଲ କହିଛନ୍ତି ।

ଗଣତନ୍ତ୍ରର ଅନୁଷ୍ଠାନର ଶକ୍ତି ଉପରେ ବିରୋଧୀ ଲଢନ୍ତି। ବିରୋଧୀ ଦେଶର ଆଇନ, ନ୍ୟାୟିକ, ନିର୍ବାଚନ ଅନୁଷ୍ଠାନ ଏବଂ ଗଣମାଧ୍ୟମର ଶକ୍ତି ଉପରେ ଛିଡ଼ା ହୋଇଥାନ୍ତି । କିନ୍ତୁ ଏହି ସମସ୍ତ ଅନୁଷ୍ଠାନ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ସରକାର ନିଜ ଲୋକଙ୍କୁ ଏହି ସବୁ ଅନୁଷ୍ଠାନ ଭିତରେ ବସାଇଛନ୍ତି । ଏବେ ଦେଶରେ କୌଣସି ସଂସ୍ଥା ଆଉ ସ୍ୱାଧୀନ ନୁହେଁ | ଏହି ସବୁ ସଂସ୍ଥା ଏବେ ଆରଏସସର ନିୟନ୍ତ୍ରଣରେ ରହିଛନ୍ତି | ସେମାନଙ୍କ ଭିତରେ ଜଣେ ଜଣେ ଆରଏସଏସ୍ ଲୋକ ବସିଛନ୍ତି | ଆମେ ପୂରା ସିଷ୍ଟମ ବିରୋଧରେ ଲଢୁଛୁ ବୋଲି ରାହୁଲ କହିଛନ୍ତି।

Also Read  ପେଗମ୍ବର ମହମ୍ମଦ ବିବାଦ: ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

LEAVE A REPLY

Please enter your comment!
Please enter your name here