ପୁଣି ରେପୋରେଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

0
225
once again rbi-hikes-repo-rate

ନୂଆଦିଲ୍ଲୀ: ପୁଣି ବଢ଼ିଲା ରେପୋରେଟ । ରେପୋ ହାର ୫୦ ବେସିସ ପଏଣ୍ଟ ବଢ଼ାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଲଗାତର ତୃତୀୟ ଥର ଲାଗି ରେପୋରେଟ ବୃଦ୍ଧି କରିଛନ୍ତି RBI । ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍ ହ୍ରାସ କରାଯାଥିଲା। ସେତେବେଳେ କୋଭିଡ୍‌ ଓ ଲକଡାଉ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା। । ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ ୪ ତାରିଖ ପର୍ଯ୍ୟନ୍ତ ସୁଦ୍ଧହାର ଅପରିବର୍ତ୍ତିତ ରଖାଯାଥିଲା। ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ ।

ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏପରି କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ । ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ । ତେବେ ରେପୋରେଟ ବଢ଼ାଇବା ପରେ ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।

ଚଳିତ ଆର୍ଥକ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାରକୁ ୭.୨ ପ୍ରତିଶତ ରଖିଛନ୍ତି RBI । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ଭାରତୀୟ ଅର୍ଥନୀତି ବାରମ୍ବାର ପ୍ରଭାବିତ ହୋଇଛି । ସେହିପରି ମୁଦ୍ରାସ୍ଫୀତି ହାର ଆର୍ଥିକ ବର୍ଷ ୨୦୨୩ ଲାଗି ୬.୭ ପ୍ରତିଶତ ଆକଳନ କରାଯାଇଛି । ସାଧାରଣ ମୌସୁମୀ ଓ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାରକୁ ଆକଳନ କରି ୨୦୨୩ ଲାଗି ମୁଦ୍ରାସ୍ଫୀତି ଆକଳନ କରାଯାଇଛି ।

Also Read  ଚୀନ୍‌ରେ କରୋନାର ସୁନାମୀ, ଜୁଲାଇ ସୁଦ୍ଧା ୧୬ ଲକ୍ଷ ମୃତ୍ୟୁ ଆଶଙ୍କା

LEAVE A REPLY

Please enter your comment!
Please enter your name here