ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜେରା, ୨୫ ଲକ୍ଷ ଲାଞ୍ଚ ମାମଲାରେ ୪ ଗିରଫ

0
204
CBI Conducts Searches At 56 Locations Against Online Child Sex Abuse Material
CBI Conducts Searches At 56 Locations Against Online Child Sex Abuse Material

ଭୁବନେଶ୍ୱର: ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ମହିମା ମିଶ୍ର। ଭୁବନେଶ୍ୱରସ୍ଥିତ ସିବିଆାଇ ଅଫିସରେ ସେ ଆଜି ହାଜର ହୋଇଛନ୍ତି। ଏହାବାଦ ଏହି ଘଟଣାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ OSL ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣ ସାହୁ । ଗିରଫ ୪ ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।

ଗତକାଲି କଟକ, ପାରାଦୀପ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ସିବିଆଇ । ସିବିଆଇ ଟିମ୍ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡ଼ିଆ ବଜାରରେ ଥିବା ଘର, ଅଫିସ, ପାରାଦୀପ ଓ ଭୁବନେଶ୍ୱରରେ ଥିବା ମହିମାନନ୍ଦଙ୍କ ଦୁଇଟି ଘର ଏବଂ ଦୁଇଟି ଅଫିସରେ ଚଢ଼ଉ କରିଛି । ମହିମାନନ୍ଦଙ୍କୁ ପାରାଦୀପରେ ଓ ଓଡ଼ିଆ ବଜାର ଘରେ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ଦୀର୍ଘ ସମୟ ଜେରା କରିଛି । ଏହି ଘଟଣାରେ ୬୫ ଲକ୍ଷରୁ ଅଧିକ ଟଙ୍କା ସିବିଆଇ ଜବତ କରିଥିବା କୁହାଯାଉଛି ।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୩୧ରେ ଭୋଟଗ୍ରହଣ, ଜୁନ୍ ୩ରେ ହେବ ଭୋଟଗଣତି

LEAVE A REPLY

Please enter your comment!
Please enter your name here