ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଆଉ ଏକ ପଦକ ପକ୍କା କଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ସେମି ଫାଇନାଲ୍ରେ ଇଂଲଣ୍ଡକୁ ୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିବାବେଳେ ଏହାର ଜବାବରେ ଇଂଲଣ୍ଡ ୬ ୱିକେଟ ହରାଇ ୧୬୦ ରନ କରିପାରିଥିଲା। ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଦଳ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ପରେ ସ୍ନେହା ରାଣାଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ମହିଳା ଦଳକୁ ୪ରନରେ ପରାସ୍ତ କରିଛି ଭାରତ । ଫଳରେ ବର୍ମିଂହାମରେ ଜାରି ରହିଥିବା କମନଓ୍ବେଲଥ୍ ଗେମରେ ପ୍ରଥମ ଦଳ ଭାବେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି ଭାରତୀୟ ମହିଳା ଦଳ ।
Home ଓଡ଼ିଆ ରେ ପଢନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଇଂଲଣ୍ଡକୁ ୪ ରନରେ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍, ଆଉ...