ସ୍ବାଧୀନତା ଦିବସ ପୂର୍ବରୁ ସୀମାରେ ହଲ୍‌ଚଲ୍‌; ଧରାପଡ଼ିଲେ ୨ ପାକ୍‌ ଅନୁପ୍ରବେଶକାରୀ

0
376

ଗୁରଦାସପୁର: ଅଗଷ୍ଟ ୧୫ ପୂର୍ବରୁ ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ହଲଚଲ। ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ ୧୦ ବାଟାଲିୟନର ଯବାନମାନେ ବର୍ଡର ପୋଷ୍ଟ ଡେରା ବାବା ନାନକ ସହର ନିକଟରୁ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଅନୁପ୍ରବେଶ କରୁଥିବା ସମୟରେ ଧରିଛନ୍ତି। ପାକ୍‌ ଅନୁପ୍ରବେଶକାରୀଙ୍କ ନିକଟରୁ ଦୁଇଟି ମୋବାଇଲ୍‌ ଫୋନ୍‌, ଦୁଇଟି ଆଇଡି କାର୍ଡ, ୫୦୦ ଟଙ୍କିଆ ପାକିସ୍ତାନୀ ନୋଟ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତିି ଗୁରଦାସପୁରରେ ନିୟୋଜିତ ବିଏସଏଫ ଡିଆଇଜି ପ୍ରଭାକର ଜୋଶୀ।

ବୁଧବାର ଦ୍ବିପ୍ରହର ପ୍ରାୟ ୧୧.୧୫ ସମୟରେ ଡେରା ବାବା ନାନକ ସହରରେ ନିୟୋଜିତ ହୋଇଥିବା ଯବାନମାନେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ଆନ୍ତର୍ଜାତୀୟ ସୀମା ପାର ହେଉଥିବା ଦେଖିଥିଲେ। ଉଭୟ ୧୦ ମିଟର ସୀମା ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ଉଭୟ ନାରୋୱାଲ ଜିଲା ଭୋଲା ବାଜୱା ଗ୍ରାମର କିଶନ ମସିହ(୨୬) ଓ ରବିଜ ମସିହ(୧୮) ବୋଲି ଜଣାପଡ଼ିଛି।

Also Read  କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ: ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ