ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର

0
333
Twincity likely to experience heavy rainfall

ଭୁବନେଶ୍ୱର/କଟକ: ରାଜ୍ୟରେ ସକ୍ରିୟ ଅଛି ଲଘୁଚାପ । ଏହାର ପ୍ରଭାବରେ ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ତୁହାକୁ ତୁହା ବର୍ଷା ସହ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ଖୋର୍ଦ୍ଧା ଅରେଞ୍ଜ ଓ୍ଵାର୍ଣ୍ଣିଂରେ ଥିବା ବେଳେ କଟକକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ । ସମସ୍ତ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ଛାଡି ପାରିବେ ନାହିଁ ।

ମହାନଦୀ ଓ କାଠଯୋଡିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାରି ଉପରେ ନଜର ରଖାଯାଇଛି । ମୁଣ୍ଡଳିରେ ପ୍ରବାହିତ ହେଉଛି ୫ଲକ୍ଷ ୩୭ହଜାର କ୍ୟୁସେକ ଜଳ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ଜଳସ୍ତର ବଢିବା ସମ୍ଭାବନା ରହିଛି। ଖଇରମାଳରେ ଏବେ ପ୍ରବାହିତ ହେଉଛି ୯ଲକ୍ଷ ୧୦ହଜାର କ୍ୟୁସେକ୍‌ ବନ୍ୟାଜଳ। ଆସନ୍ତା ୨୪ ମଧ୍ୟରେ ଏହି ଜଳ ମୁଣ୍ଡଳୀରେ ପହଞ୍ଚିବ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବିଭିନ୍ନ ତଳିଆ ଅଞ୍ଚଳ ପାଇଁ ବିପଦ ରହିଛି।

Also Read  Home Guard Recruitment: Youth Dies During Physical Test