ହଜିଗଲା ମାନବିକତା; ଶିକ୍ଷା ଦେଉଥିବା ଶିକ୍ଷକଙ୍କ ହିଁ ପାଲଟିଗଲା ନୃଶଂସ, ମାଠିଆରୁ ପାଣି ପିଇବାରୁ ୯ ବର୍ଷର ଛାତ୍ରଙ୍କୁ ପିଟି ପିଟି ହତ୍ୟା

0
331
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

ରାଜସ୍ଥାନ: ଶିକ୍ଷା ଦେଉଥିବା ଶିକ୍ଷକଙ୍କ ହିଁ ପାଲଟିଗଲା ନୃଶଂସ। ମାଠିଆରୁ ପାଣି ପିଇବାରୁ ୯ ବର୍ଷର ଛାତ୍ରଙ୍କୁ ପିଟି ପିଟି ହତ୍ୟା। ଏଭଳି ଏକ ଛାତିଥରା ଘଟଣା ଘଟିଛି ରାଜସ୍ଥାନର ଜାଲୌର ଜିଲ୍ଲାରେ। ଛାତ୍ର ମୃତ୍ୟୁକୁ ନେଇ ଜିଲ୍ଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ରାଜସ୍ଥାନ ଜାଲୌର ଜିଲ୍ଲାର ସୁରାଣା ଗାଁ। ଜୁଲାଇ ୨୦ ତାରିଖରେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ ଜଣେ ୯ ବର୍ଷର ଦଳିତ ଛାତ୍ର ଶୋଷ ଲାଗିବାରୁ ସ୍କୁଲରେ ରଖାଯାଇଥିବା ଶିକ୍ଷକଙ୍କ ମାଠିଆରୁ ପାଣି ପିଇ ଦେଇଥିଲା। ଏହା ଦେଖି ରାଗି ଯାଇଥିଲେ ଶିକ୍ଷକ ଛେଲା ସିଂହ। ଉକ୍ତ ଛାତ୍ରଙ୍କୁ ଅସଭ୍ୟ ଭାଷାରେ ଗଳି ଗୁଲଜ କରିବା ସହ ନିର୍ଧୁମ ମାଡ ମାରିଥିଲେ। ଫଳରେ ଛାତ୍ରଙ୍କ କାନର ଶିରା ଫାଟି ଯାଇଥିଲା। ଚିକିତ୍ସା ପାଇଁ ତାକୁ ପ୍ରଥମେ ସ୍ଥାନିୟ ହସ୍ପିଟାଲ ପରେ ଅହମ୍ମଦାବାଦ ନିଆ ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଛାତ୍ରଟି ପ୍ରାଣ ହରାଇଛି।

ଉକ୍ତ ମୃତ ଛାତ୍ର ଜଣଙ୍କ ନାଁ ଇନ୍ଦ୍ର କୁମାର ସେ ସୁରନା ଗାଁର ସରସ୍ୱତୀ ବିଦ୍ୟା ମଣ୍ଡଳର ତୃତୀୟ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି। ଏହି ମାମଲାରେ ମୃତ ଛାତ୍ରଙ୍କ ଦାଦା କିଶୋର କୁମାର ସାୟଲା ପୁଲିସ ଷ୍ଟେସନରେ ଛାତ୍ରଙ୍କୁ ଅପମାନିତ କରିବା, ଜାତିଗତ ଶବ୍ଦ ବ୍ୟବହାର କରିବା, ଏବଂ ହତ୍ୟା କରିବା ଅଭିଯୋଗରେ ସ୍କୁଲ ଶିକ୍ଷକ ଛେଲା ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

Also Read  TMC’s Abhishek for stern action against those found guilty of endangering lives