ମା’ ସାମ୍ନାରେ ପୁଅକୁ ହାଣି ହତ୍ୟା କଲେ ୨ ଦୁର୍ବୃତ୍ତ, ମା’ ଗୁରୁତର

0
398
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ବଲାଙ୍ଗିର: ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି ହତ୍ୟା କଲେ ୨ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହେଲେ ମା’ । ଘଟଣାସ୍ଥଳରେ ଆକ୍ରମଣରେ ପୁଅର ମୃତ୍ଯୁ ହୋଇଥିବାବେଳେ ମା’ ଗୁରୁତର । ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଘଟିଛି। ମୃତକ ହେଲେ ସୁଦପଡ଼ା ଅଞ୍ଚଳର ଅଜୁ ଦୋରା। ତାଙ୍କ ମା’ ଜୟନ୍ତୀ ଦୋରା ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍‌ଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁସାରେ, ଆଜି ଭୋର୍‌ରୁ ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ନିଜେ କରିଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁଅ ଅଜୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ମା’ ଜୟନ୍ତୀ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇନି। ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ।

Also Read  Low Pressure Formed in Bay of Bengal