ଭୁବନେଶ୍ବର/ମାର୍ଚ୍ଚ ୫ ତାରିଖ
ମାର୍ଚ୍ଚ ୫ ତାରିଖ I ଆଜି ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସୀ ପାଇଲଟ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କର ଜୟନ୍ତୀ I ଏହି ଅବସରରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ
ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଓଡିଶା ସରକାର ବିଜୁ ପଟନାୟକଙ୍କର କଳିଙ୍ଗ ଏୟାରଲାଇନ୍ସ ର ଏହି ଐତିହାସିକ ଡାକୋଟା ବିମାନକୁ ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ସର୍ବସାଧାରଣଙ୍କ ନିମସ୍ତେ ପ୍ରଦର୍ଶନ କରିଛନ୍ତି I
୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଏହି ଡାକୋଟା ବିମାନକୁ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି । କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା। ଏହାପରେ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ଏହାର ମରାମତି କରାଯାଇଥିଲା।
ଏହି ଲୋକାର୍ପଣ ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁ, ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।