ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତ: ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ

0
660
ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତ: ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ
ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ଗସ୍ତ: ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ

ଭୁବନେଶ୍ୱର/ମାର୍ଚ୍ଚ ୫ ତାରିଖ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ଏହାପରେ ବିଜୁ ଏକ୍ସପ୍ରେସ ଓ୍ୱେରେ ମୁଖ୍ୟମନ୍ତ୍ରୀ ସୋହେଲାରୁ ଘେସଁ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ୍ ସୋ’ କରିଥିଲେ ।
ରାସ୍ତାର ଉଭୟ ପାର୍ଶ୍ୱରେ ଛିଡାହେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଲୋକ । ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ଗାଡି ଅଟକାଇ ଲୋକଙ୍କୁ ଭେଟୁଥିବାର ଦେଖାଯାଇଥିଲା I ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ନୂଆପଡା ଠାରେ ୭୬୬ କୋଟି ଟଙ୍କାର ୧୮୩ଟି ବିକାଶମୂଳକ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଆମର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ ପାଳନ କରୁଛୁ । ବିଜୁବାବୁ ଓଡ଼ିଶାବାସୀଙ୍କ ଭରସା ଥିଲେ । ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିବାକୁ ଭଲ ପାଉଥିଲେ। ଜଣେ ଓଡ଼ିଆ ଭାବେ ସେ ନିଜକୁ ବହୁତ ଗର୍ବ କରୁଥିଲେ। ତେଣୁ ତାଙ୍କ ଜନ୍ମଦିବସରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ କଥାରେ ନୁହେଁ। ବରଂ କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି।

 

Also Read  Odisha CM Naveen Patnaik performs ground breaking ceremony for 15 Industrial Units