ମନୀଷ ସିସୋଦିଆ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ

0
554
ମନୀଷ ସିସୋଡିଆ ଙ୍କୁ ଗିରଫ କଲା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ
ମନୀଷ ସିସୋଡିଆ ଙ୍କୁ ଗିରଫ କଲା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ

ଦିଲ୍ଲୀ/ମାର୍ଚ୍ଚ ୬
ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ସିସୋଡିଆ ଙ୍କ ହେପାଜତ ମାର୍ଚ୍ଚ ୨୦ ରେ ସମାପ୍ତ ହେବ I ସେହିଦିନ ଅପରାହ୍ନ ୨ ଟାରେ ସେ କୋର୍ଟରେ ହାଜର ହେବେ I
କୋର୍ଟର ଶୁଣାଣି ସମୟରେ ସିସୋଡିଆ ଙ୍କୁ ତାଙ୍କ ଚଷମା, ଭଗବଦ୍ ଗୀତାର କପି, ଡ଼ାଇରୀ ଓ ପେନ ନେବାପାଇଁ କୋର୍ଟ ଅନୁମତି ଦେଇଛନ୍ତି I ସାଙ୍ଗରେ ପ୍ରେସକ୍ରିପସନ୍ ଅନୁଯାୟୀ ଔଷଧ ଦେବା ନେଇ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି I

ସିସୋଡିଆକୁ ଭିପାସାନା ସେଲ କିମ୍ବା ଧ୍ୟାନ କକ୍ଷରେ ରଖିବା ପାଇଁ ଅନୁରୋଧ ଉପରେ ବିଚାର କରିବାକୁ ଜେଲ ଅଧୀକ୍ଷକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଫେବୃଆରୀ ୨୭ ରେ ମନୀଷ ସିସୋଡିଆଙ୍କୁ ସିବିଆଇ ଦିଲ୍ଲୀର ମଦ ନୀତି ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରି ଗିରଫ କରିଥିଲା। ସିବିଆଇ ଅଭିଯୋଗ କରିଛି ଯେ ଏକ୍ସାଇଜ୍ ପଲିସି ଦ୍ୱାରା କେତେକ ଡିଲରଙ୍କୁ ଅନୁଗ୍ରହ ଦେଖାଯାଇଛି ଯେଉଁମାନେ ଲାଞ୍ଚ ଦେଇଛନ୍ତି ।

କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ ଅନୁଯାୟୀ, ବିନା ଅନୁମୋଦନ ରେ ଲାଇସେନ୍ସଧାରୀଙ୍କୁ ଅଯଥା ଅନୁକମ୍ପା ଦେଖାଯାଇଛି ଏବଂ ଲାଇସେନ୍ସ ଶୁଳ୍କ ଛାଡ କରାଯିବା ସହ ଏବଂ L-1 ଲାଇସେନ୍ସର ଅବଧି ବଢାଯାଇଛି I

Also Read  App BLUIS To Check Land Encroachment Wins National Award