ମହାରାଷ୍ଟ୍ର ରେ ଏକାଠି ପୁଣି ନିର୍ବାଚନ ଲଢ଼ିବେ ଏନସିପି, କଂଗ୍ରେସ ଓ ଶିବସେନା (ୟୁବିଟି)

0
469
ମହାରାଷ୍ଟ୍ର ରେ ଏକାଠି ପୁଣି ନିର୍ବାଚନ ଲଢ଼ିବେ ଏନସିପି, କଂଗ୍ରେସ ଓ ଶିବସେନା (ୟୁବିଟି)
ମହାରାଷ୍ଟ୍ର ରେ ଏକାଠି ପୁଣି ନିର୍ବାଚନ ଲଢ଼ିବେ ଏନସିପି, କଂଗ୍ରେସ ଓ ଶିବସେନା (ୟୁବିଟି)

ମାର୍ଚ୍ଚ ୬
ମହାରାଷ୍ଟ୍ରର ଲୋକମାନେ ଏକ ‘ରାଜନୈତିକ ପରିବର୍ତ୍ତନ’ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ସମସ୍ତ ବିରୋଧୀ ଦଳ ଏଥିପାଇଁ ଏକାଠି ହେବା ନେଇ ସେମାନେ ଆଶା ପ୍ରକାଶ କରୁଛନ୍ତି ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ସୋମବାର ଦିନ କହିଛନ୍ତି I

୮୨ ବର୍ଷୀୟ ନେତା କହିଛନ୍ତି ଯେ ଗତ କିଛି ସପ୍ତାହ ଧରି ସେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଭେଟିଛନ୍ତି I ପୁଣେରେ ଗଣମାଧ୍ୟମ କୁ ସେ କହିଛନ୍ତି, ଜନତା ମୋତେ ଜଣାଇଛନ୍ତି ଯେ ସେମାନେ ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ବିରୋଧୀ ଦଳ ଏକଜୁଟ ହୋଇ ଏହା ହାସଲ କରନ୍ତୁ।

ଏହି ପରିପ୍ରେକ୍ଷୀରେ ପାୱାର ଦୋହରାଇଛନ୍ତି ଯେ MVA ସହଯୋଗୀ – କଂଗ୍ରେସ, ଏନସିପି ଏବଂ ଶିବସେନା (ୟୁବିଟି) ଆସନ୍ତା ନିର୍ବାଚନରେ ରାଜ୍ୟରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିରୋଧୀ ଦଳର ଆଠଜଣ ନେତା ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ଇଡି ଏବଂ ସିବିଆଇ ଭଳି ଅଣ-ବିଜେପି ଶାସିତ ରାଜ୍ୟ ବିରୁଦ୍ଧରେ ଅପବ୍ୟବହାର ଏବଂ ନିୟମିତ ପ୍ରଶାସନରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏ ସମ୍ପର୍କ ରେ ବିଚାର କରିବାପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି I

ପାୱାର କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଉଛି। ନିର୍ବାଚନ ସମୟରେ ବିରୋଧୀଦଳର ନେତାଙ୍କ ବିରୋଧରେ ମାମଲା ଦାୟର ହେବା ଓ ଗିରଫ କରାଯିବା, ପ୍ରମାଣ କରୁଛି ଯେ ଏ ସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ I

ପାୱାରଙ୍କ ସହ ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ପଞ୍ଜାବ ସିଏମ ଭଗବନ୍ତ ମନ, ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବ, ପୂର୍ବତନ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ, ଜମ୍ମୁ-କାଶ୍ମୀରର ପୂର୍ବତନ ସିଏମ ଫାରୁକ୍ ଅବଦୁଲ୍ଲା ଏବଂ ଉତ୍ତରପ୍ରଦେଶର ପୂର୍ବତନ ସିଏମ୍ ଅଖିଳେଶ ଯାଦବ ଏହି ଚିଠି ରେ ଦସ୍ତଖତ କରିଛନ୍ତି I

Also Read  ମହାରାଷ୍ଟ୍ର ରାଜନୀତିରେ ମହା ଟ୍ୱିଷ୍ଟ: ପ୍ରଥମଥର ପାଇଁ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ