ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ; ୪ ମୃତ

0
542
Firecracker Unit Explosion In Odisha's Khurda District; 4 Dead, 4 Injured
Firecracker Unit Explosion In Odisha's Khurda District; 4 Dead, 4 Injured

ଭୁବନେଶ୍ୱର/ମାର୍ଚ୍ଚ ୬
ସୋମବାର ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ବେଆଇନ ବାଣ ତିଆରି କାରଖାନା ରେ ବିସ୍ଫୋରଣ ଘଟିବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଭାବରେ ଆହତ ହେଇଛନ୍ତି I
ଟାଙ୍ଗୀ ପୋଲିସ ସୀମା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଦୋଳ ଉତ୍ସବ ପାଇଁ ବାଣ ତିଆରି ହେଉଥିବା ସମୟରେ ଏହି ବିସ୍ଫୋରଣ ହେଇଥିଲା ବୋଲି ସାଧାରଣରେ କୁହାଯାଉଛି I

ପ୍ରାୟ ୧୦ ଟା ୪୫ ମିନିଟ ସମୟରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାରିଜଣ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପଠାଇଥିଲେ I ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କହିବା ଅନୁଯାଇ, ଏହି ବାଣ ତିଆରି କାରଖାନା ଟି ବେଆଇନ ଭାବେ କାର୍ଯ୍ୟ କରୁଥିଲା। ଏଥିପାଇଁ କୌଣସି ଲାଇସେନ୍ସ ପ୍ରଦାନ କରାଯାଇ ନାହିଁ। ଆମେ ଘଟଣାର ଅନୁସନ୍ଧାନ କରିବୁ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କଲେକ୍ଟର କହିଛନ୍ତି।
ଅତି ଗୁରୁତର ପୋଡି ଆହତ ହେଇଥିବା ଦୁଇ ଜଣଙ୍କୁ AIIMS ଭୁବନେଶ୍ୱରକୁ ପଠାଯାଇଛି I

Also Read  Group clash at Puri: Toll gate ravaged