ସନ୍ନି ଲିଓନଙ୍କୁ ଠକେଇ ମାମଲାରେ ‘ଅନାବଶ୍ୟକ ଭାବେ ହଇରାଣ କରାଯାଉଛି’: କୋର୍ଟ

0
862
ସନ୍ନି ଲିଓନଙ୍କୁ ଠକେଇ ମାମଲାରେ 'ଅନାବଶ୍ୟକ ଭାବେ ହଇରାଣ କରାଯାଉଛି': କୋର୍ଟ
ସନ୍ନି ଲିଓନଙ୍କୁ ଠକେଇ ମାମଲାରେ 'ଅନାବଶ୍ୟକ ଭାବେ ହଇରାଣ କରାଯାଉଛି': କୋର୍ଟ

ମାର୍ଚ୍ଚ ୯/ଭୁବନେଶ୍ୱର
ସନ୍ନି ଲିଓନ, ତାଙ୍କ ସ୍ୱାମୀ ଡାନିଏଲ ୱେବର ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏକ ଠକେଇ ମାମଲା ଉପରେ କେରଳ ହାଇକୋର୍ଟ କହିଛନ୍ତି, ‘ ଏହି ମାମଲାଟିକୁ ନାକଚ କରିବା ପାଇଁ କୋର୍ଟ ଇଛା ପ୍ରକାଶ କରୁଛନ୍ତି I
କୋର୍ଟ ମୌଖିକ ଭାବରେ କହିଛନ୍ତି, ସନି ଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ହେଇନାହିଁ I ଅନାବଶ୍ୟକ ଭାବରେ ତାଙ୍କୁ ହଇରାଣ କରାଯାଉଛି I
“ଏଥିରେ ଅପରାଧିକ ଅପରାଧ କ’ଣ? ଆପଣ ଅନାବଶ୍ୟକ ଭାବରେ ବ୍ୟକ୍ତିଙ୍କୁ (ସନି) ହଇରାଣ କରୁଛନ୍ତି। ମୁଁ ଏହାକୁ ବନ୍ଦ କରିବାକୁ ଇଚ୍ଛୁକ ବୋଲି ବେଞ୍ଚ କହିଛନ୍ତି।’

ଅନୁସନ୍ଧାନ ଜାରି ରହିପାରିବ ବୋଲି କହିବା ପରେ କୋର୍ଟ ଏହି ମାମଲାର ଶୁଣାଣିକୁ ମାର୍ଚ୍ଚ ୩୧ କୁ ଘୁଞ୍ଚାଇ ଦେଇଛନ୍ତି I
ନଭେମ୍ବର ୧୬, ୨୦୨୨ ରେ, କେରଳ ଭିତ୍ତିକ ଇଭେଣ୍ଟ ମ୍ୟାନେଜରଙ୍କ ଅଭିଯୋଗ ଙ୍କୁ ଭିତ୍ତିକରି ସେମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏକ ମାମଲା ଶୁଣାଣିକରି କୋର୍ଟ ତିନିଜଣଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଥିଲେ।

ସନ୍ନି ଏବଂ ଅନ୍ୟମାନେ ନିର୍ଦ୍ଦୋଷ ବୋଲି ଦାବି କରି ହାଇକୋର୍ଟ ଙ୍କ ପାଖରେ ଗୋଟିଏ ପିଟିସନ ଦାଖଲ କରିଥିଲେ I
ସେମାନଙ୍କ ପିଟିସନରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଯୋଗୁଁ ଅଭିଯୋଗକାରୀ କୌଣସି କ୍ଷତିର ସମ୍ମୁଖୀନ ହୋଇନାହାଁନ୍ତି I କିନ୍ତୁ ଆବେଦନକାରୀଙ୍କ ଏହି କେଶ ଦ୍ୱାରା ଆବେଦନକାରୀଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ ସେମାନଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସେମାନେ ହାଇକୋର୍ଟଙ୍କୁ ଜଣାଇଥିଲେ ।

Also Read  Ranveer Singh preps with Kapil Dev for '83'