ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ନାମାଙ୍କନ ତାଲିକା ରେ ୩୩ ଜଣ ହକି ତାରକା

0
880
ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ନାମାଙ୍କନ ତାଲିକା ରେ ୩୩ ଜଣ ହକି ତାରକା
ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ନାମାଙ୍କନ ତାଲିକା ରେ ୩୩ ଜଣ ହକି ତାରକା

ମାର୍ଚ୍ଚ ୯/ଭୁବନେଶ୍ୱର

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପାଇଁ ହକି ଇଣ୍ଡିଆ ଆଜି ନାମାଙ୍କନ ତାଲିକା ପ୍ରକାଶ କରିଛି। ଭାରତୀୟ ହକି ର ସର୍ବାଧିକ ଲୋଭନୀୟ ପୁରସ୍କାର ଉତ୍ସବ ୧୭ ମାର୍ଚ୍ଚରେ ରାଜଧାନୀରେ ଅନୁଷ୍ଠିତ ହେବ ଏବଂ ଏହା ପ୍ରତ୍ୟେକ ବର୍ଗରେ ଟ୍ରଫି ସହିତ ମୋଟ ଏକ କୋଟି ୩୫ ଲକ୍ଷ ତାଙ୍କର ପୁରସ୍କାର ରାଶି ପ୍ରଦାନ କରାଯିବ I

ପ୍ରତ୍ୟେକ ପୁରୁଷ ଏବଂ ମହିଳା ବର୍ଗରେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଁ ହକି ଇଣ୍ଡିଆ ବଲବୀର ସିଂ (ବରିଷ୍ଠ ) ପୁରସ୍କାର ପ୍ରତ୍ୟେକ ଙ୍କୁ ୨୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରିଥାଏ |

ଅପକମିଙ୍ଗ ପ୍ଲେୟାର ଅଫ୍ ଦି ଇୟର (ପୁରୁଷ) ପାଇଁ ହକି ଇଣ୍ଡିଆ ଯୁଗରାଜ ସିଂ ପୁରସ୍କାର ଏବଂ ଅପକମିଙ୍ଗ ପ୍ଲେୟାର ଅଫ୍ ଦି ଇୟର (ମହିଳା) ପୁରସ୍କାର ପାଇଁ ହକି ଇଣ୍ଡିଆ ଅସୁଣ୍ଟା ଲାକ୍ରା ପୁରସ୍କାର ଯାହା ୨୧ ବର୍ଷ ଭିତରେ ଥିବା ଖେଳାଳିଙ୍କୁ ଦିଆଯାଉଛି ଏବଂ ପ୍ରତ୍ୟେକଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ |
ସେହିପରି ଗୋଲକିପର ଅଫ୍ ଦି ଇୟର ପୁରସ୍କାର ପାଇଁ ହକି ଇଣ୍ଡିଆ ବାଲଜୀତ ସିଂ ପୁରସ୍କାର, ଡିଫେଣ୍ଡର ଅଫ୍ ଦି ଇୟର ପାଇଁ ହକି ଇଣ୍ଡିଆ ପରଗତ ସିଂ ପୁରସ୍କାର, ମିଡଫିଲ୍ଡର ଅଫ୍ ଦି ଇୟର ପାଇଁ ହକି ଇଣ୍ଡିଆ ଅଜିତ ପାଲ ସିଂ ପୁରସ୍କାର ଏବଂ ଫରୱାର୍ଡ ଅଫ୍ ଦି ଇୟର ପାଇଁ ହକି ଇଣ୍ଡିଆ ଧନରାଜ ପିଲ୍ଲେ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଲେଖାଏଁ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ I

ଉଲ୍ଲେଖନୀୟ ସଫଳତା ପାଇଁ ହକି ଇଣ୍ଡିଆ ରାଷ୍ଟ୍ରପତି ପୁରସ୍କାର ୨୦୨୨, ଅବଦାନ ୨୦୨୨ ପାଇଁ ହକି ଇଣ୍ଡିଆ ଜମାନ ଲାଲ ଶର୍ମା ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ତାଙ୍କର ଅର୍ଥରାଶି ଓ ଟ୍ରଫି ଦିଆଯିବ I

୨୦୨୨ ର ଅମ୍ପାୟାର / ଅମ୍ପାୟାର ମ୍ୟାନେଜର ପାଇଁ ହକି ଇଣ୍ଡିଆ ରାଷ୍ଟ୍ରପତି ପୁରସ୍କାର ଏବଂ ୨୦୨୨ ର ବୈଷୟିକ ଅଧିକାରୀଙ୍କ ପାଇଁ ହକି ଇଣ୍ଡିଆ ରାଷ୍ଟ୍ରପତି ପୁରସ୍କାର ଦିଆଯିବ |
ହକି ଇଣ୍ଡିଆ ମେଜର ଧ୍ୟାନ ଚାନ୍ଦ ଜୀବନବ୍ୟାପୀ ଆଚିଭମେଣ୍ଟ ଆୱାର୍ଡ ବିଜେତାଙ୍କୁ ସର୍ବାଧିକ ୩୦ ଲକ୍ଷ ତାଙ୍କ ଓ ଟ୍ରଫି ପ୍ରଦାନ କରିବ I

“ପ୍ରତ୍ୟେକ ଖେଳାଳି ହକି ଇଣ୍ଡିଆ ବାର୍ଷିକ ପୁରସ୍କାରକୁ ଉତ୍ସାହର ସହିତ ଆଶା କରିଥାଆନ୍ତି ଏବଂ ଆମେ ସେମାନଙ୍କର ଉତ୍କୃଷ୍ଟ ଉଦ୍ୟମକୁ ସମ୍ମାନିତ କରି ଖୁସି ମଧ୍ୟ ହେଉ । ନିକଟ ଅତୀତରେ ଉଭୟ ପୁରୁଷ ଓ ମହିଳା ଦଳର କିଛି ଚମତ୍କାର ପ୍ରଦର୍ଶନ ଦେଖିବା ପରେ ନାମାଙ୍କନ ତାଲିଖI କୁ ସଂକୀର୍ଣ୍ଣ କରିବା କଷ୍ଟସାଧ୍ୟ ଥିଲା। ମୁଁ ଭାବୁଛି ଏଗୁଡିକ ପୁରସ୍କାର ଆମ ଆଥଲେଟମାନଙ୍କୁ ଦେଶ ପାଇଁ ହକିରେ ଉନ୍ନତ ତଥା ଅଧିକ ସମ୍ମାନ ଜିତିବାକୁ ଉତ୍ସାହିତ କରିବ ବୋଲି ପଦ୍ମଶ୍ରୀ ଦିଲୀପ ତିର୍କି କହିଛନ୍ତି।’

Also Read  Indian Men’s Hockey Team Defender Jugraj Singh Speaks About His Journey So Far