ଭୁବନେଶ୍ୱରରେ ବେଆଇନ ମଦ ୟୁନିଟ ଉପରେ ଚଢ଼ାଉ

0
649
ଭୁବନେଶ୍ୱରରେ ବେଆଇନ ମଦ ୟୁନିଟ ଉପରେ ଚଢ଼ାଉ
ଭୁବନେଶ୍ୱରରେ ବେଆଇନ ମଦ ୟୁନିଟ ଉପରେ ଚଢ଼ାଉ

ଭୁବନେଶ୍ୱରରେ ବେଆଇନ ମଦ ୟୁନିଟ ଠାବ
ଭୁବନେଶ୍ୱର: ଅଗଷ୍ଟ ୨୪: କମିଶନରେଟ ପୋଲିସ ସାଲିଆ ସାହିରେ ତିନୋଟି ବେଆଇନ ମଦ ୟୁନିଟ୍ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଏବଂ ଅନ୍ୟାନ୍ୟ ଉତ୍ପାଦନ ଉପକରଣ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଡିସିପି ପ୍ରତୀକ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଅତର୍କିତ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ, ଚଢ଼ାଉ ସମୟରେ ଏକ କୋଠରୀ ଭିତରେ ଏକ ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ଚାମ୍ବର ମିଳିଥିଲା। ଗୁପ୍ତ ଚାମ୍ବର ଭିତରେ ଦେଶୀ ମଦ ବେଆଇନ କାରବାର ଚାଲିଥିଲା। ୱାଇ-ଫାଇ ସୁବିଧା ସମେତ ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ସାମଗ୍ରୀ ଗୁପ୍ତ ଚାମ୍ବର ଭିତରେ ଥିଲା |
“ନିର୍ଭରଯୋଗ୍ୟ ସୂଚନା ପାଇ ଆମେ ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ ମଦ ୟୁନିଟ୍ ଗୁଡିକ ଉପରେ ଚଢ଼ାଉ କରିଥିଲୁ I ଆମେ ଜାଣିଲୁ ଯେ ଗୁପ୍ତ ଚାମ୍ବର ଭିତରେ ବେଆଇନ ଦେଶ ମଦ ବ୍ୟବସାୟ ଚାଲିଛି। ବେଆଇନ ମଦ କାରବାର ପ୍ରତି ଆମର ଶୂନ୍ୟ ସହନଶୀଳତା ରହିଛି ଏବଂ ଆମେ ସେହି ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ଏହି ମାମଲାରେ ପୁଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ଅନ୍ୟ କେତେକ ଫେରାର ହେଇ ଯାଇଛନ୍ତି I ପୁଲିସ ସେ ସମସ୍ତଙ୍କୁ ଚିହ୍ନଟ କରିଛି ଏବଂ ଯଥା ଶୀଘ୍ର ଗିରଫ କରିବା ପାଇଁ ପ୍ରୟାସ କରୁଛି I

ସୂଚନାଯୋଗ୍ୟ, ଗଞ୍ଜାମ ମଦମୃତ୍ୟୁ ଘଟଣା ପରେ ନବ ଗଠିତ ବିଜେପି ସରକାର ସାରା ରାଜ୍ୟରେ ବେଆଇନ ମଦ ୟୁନିଟ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

 

Also Read  Ex-director of Air Odisha Aviation Pvt Ltd (AOAPL), Santosh Pani in Police custody in Odisha capital