ହିଟ୍‌ଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ବସ୍

0
491
action-plan for hit wave from-transport-dept-odisha

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢିବାକୁ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେବାକୁ ବସିଲାଣି । ଏହାରିଭିତରେ ହିଟ୍‌ଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗ ଆଣିଛି ନୂଆ ମାର୍ଗଦର୍ଶିକା । ରାଜ୍ୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ। ଏଥିସହ ବସରେ ଅଧିକ ଯାତ୍ରୀ ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ବସଷ୍ଟାଣ୍ଡ ଓ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏପରିକି ଗାଇଡ ଲାଇନ ଉଲଂଘନ କଲେ ଜରିମାନା ଦେବାକୁ ପଡିବ। ଏଥିପାଇଁ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି। ଉକ୍ତ ଟିମ୍ ଗାଇଡଲାଇନର ତଦାରଖ କରିବେ।

ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପରେ ବଢ଼ିବ ତାତି । ଗରମରେ ଆଉଟୁ ପାଉଟୁ ହେବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ପାରା ଡେଇଁବ ୪୦ ଉପରକୁ । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read  ଦିଲ୍ଲୀରେ ଆରମ୍ଭ ହୋଇଛି ତୃତୀୟ ଲହର୍‌; ଆଜି ମାମଲା ୧୦,୦୦୦ ହୋଇପାରେ: ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ