ମାଟ୍ରିକ ପରୀକ୍ଷା ସରିଲା ପରେ ଡିଜେ ବଜାଇ ନାଚିଲେ ଛାତ୍ର, ଭିଡିଓ ଭାଇରାଲ

0
449
After 1oth examination,student played DJ and danced in Ganjam

ଗଞ୍ଜାମ: ପରୀକ୍ଷା କେନ୍ଦ୍ରରୁ ବାହାରି ଛାତ୍ରମାନେ ମତୁଆଲା ହୋଇ ଡିଜେର ତାଳେତାଳେ ନାଚିଲେ। ସ୍କୁଲ ଗେଟରୁ ବାହାରି ଏହି ଡିଜେ ନାଚର ଶୋଭାଯାତ୍ରା ପୂରା ଗାଁ ବୁଲିଥିଲା। ମାଟ୍ରିକ ପରୀକ୍ଷା ସରିବା ଖୁସିରେ ସ୍କୁଲ ଛାତ୍ରମାନଙ୍କ ଏଭଳି ଉଦଣ୍ଡ ନୃତ୍ୟ ଆଜି ସାଧାରଣରେ ଉଦବେଗର ବିଷୟ ହୋଇଛି। ମାଟ୍ରିକ ପରୀକ୍ଷା ସରିବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁ ରୁ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ସମସ୍ତଙ୍କୁ ଚମକାଇ ଦେଲାପରି। ମାଟ୍ରିକ ପରୀକ୍ଷା ଦେଇ ବାହାରକୁ ଆସିବା କ୍ଷଣି ପିଲାମାନେ ୟୁନିଫର୍ମ ଦେହରୁ କାଢି ଦେବା ସହ ଡିଜେର ତାଳେ ତାଳେ ନାଚୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଆଜି ବୋମକାଇ ଗ୍ରାମ ଶିବାନନ୍ଦ ହାଇ ସ୍କୁଲ ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ପରୀକ୍ଷା ସରିବା କ୍ଷଣି ସ୍କୁଲ ନିକଟରେ ଡିଜେ ପହଞ୍ଚି ଯାଇଥିଲା। ବାସ୍ ପରୀକ୍ଷା ହଲରୁ ବାହାରିବା ମାତ୍ରେ ଛାତ୍ରମାନେ ଆରମ୍ଭ କରିଦେଇଥିଲେ ଡ୍ୟାନ୍ସ। ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକେ ବି ଆଚମ୍ବିତ ହୋଇଯାଇଥିଲେ। ମୁଖ୍ୟ ରାସ୍ତାରେ ପିଲା ମାନେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ। ତାମିଲ, ତେଲୁଗୁ ଏବଂ ଓଡ଼ିଆ, ସମ୍ବଲପୁରୀ, ହିନ୍ଦି ପ୍ରଭୃତି ନୂଆ ଓ ପୂରୁଣା ଗୋଟିଏ ପରେ ଗୋଟିଏ ଗୀତି ବାଜିଥିଲା। ଗୀତର ତାଳେତାଳେ ଅନେକ ଛାତ୍ର ନିଜ ସାଟ୍ ଫୋପାଡ଼ି ଏହାରି ଉପରେ ନାଚି ଥିଲେ।

Also Read  Issues raised by CM on Sun Temple preservation not justified: Sharma