ଫଳ କିଣିବାବେଳେ ମୁଲଚାଲକୁ ନେଇ ଗ୍ରାହକଙ୍କ ବେକ କାଟିଲେ ଦୋକାନୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

0
425
shopkeeper-attack-on-customer-over-barging

ଯାଜପୁର: ଫଳ ଦୋକାନରେ ମୂଲ ଚାଲକୁ ନେଇ ଗ୍ରାହକ ଓ ଦୋକାନୀ ମଧ୍ୟରେ ସଂଘର୍ଷ । ଫଳ କିଣିବା ବେଳେ ଗ୍ରାହକ ମୂଳଚାଲ କରିବାରୁ ଏହାକୁ ନେଇ ଫଳ ଦୋକାନୀ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଦୁଇ ଜଣ ଗ୍ରାହକଙ୍କ ବେକ କାଟି ଦେଇଛନ୍ତି ଉତ୍ତ୍ୟକ୍ତ ଦୋକାନୀ । ଦୋକାନୀ ଆକ୍ରମଣରେ ଦୁଇ ଗ୍ରାହକ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି। । ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଘଟିଛି ଏଭଳି ଘଟଣା । ଗୁରୁତର ଗ୍ରାହକ ହେଲେ ଯାଜପୁର ପୋୖରାଞ୍ଚଳ ବୈଦ୍ୟରାଜପୁରର ସଞ୍ଜିତ କୁମାର ସାହୁ ଓ ପ୍ରମୋଦ ପରିଡା।

ସୂଚନା ଅନୁସାରେ, ଫଳ ଦୋକାନରେ ଆମ୍ବ ଦର ମୂଲ ଚାଲକୁ ନେଇ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନୀ ଜଣକ ରାଗି ଯାଇ ଉଭୟ ଗ୍ରାହକଙ୍କୁ ଆକ୍ରମଣ କରିଥିଲା। ଜଣଙ୍କ ବେକ କଟିଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Also Read  ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା