ଚେନ୍ନାଇ: ସାଙ୍ଗ ଘରୁ ଆଉ ଜଣେ ସାଙ୍ଗ ଅଭିନବ ଢଙ୍ଗରେ ଚୋରି କଲେ ଲକ୍ଷାଧିକ ଟଙ୍କାର ଗହଣା । ବିରିୟାନି ଖାଇବା ବାହାନାରେ କଲେ ଚୋରି । ବିରିୟାନି ଖାଇବା ସମୟରେ ଗିଳିଦେଲେ ୧.୪୫ ଲକ୍ଷର ଗହଣା । ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏଭଳି ଅଭିନବ ଢଙ୍ଗରେ ଚୋରୀର ଖବର ସାମ୍ନାକୁ ଆସିଛି ଚେନ୍ନାଇରୁ । ଇଦର ଭୋଜି ଖାଇବାକୁ ଆସି ଘରୁ ୧.୪୫ ଲକ୍ଷର ଗହଣା ଚୋରୀ କରି ନେଇଗଲେ ଜଣେ ସାଙ୍ଗ ।
ସୂଚନା ଅନୁସାରେ, ଜଣେ ମହିଳା ଇଦରେ ନିଜ ବନ୍ଧୁଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ତେବେ ଭୋଜି ସରିବା ପରେ ଜଣାପଡିଥିଲା ଘରେ ବଡଧରଣର ଚୋରି ହୋଇଛି । ଗତ ୩ ତାରିଖରେ ଜଣେ ମହିଳା ପୁରୁଷ ବନ୍ଧୁଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ । ମଜାମସ୍ତି କରିବା ସହ ସମସ୍ତେ ଏକାଠି ବିରିୟାନି ଖାଇଥିଲେ । ବିରିୟାନି ଖାଇବା ବାହାନାରେ ମହିଳାଙ୍କ ଗହଣା ଚୋରି କରିନେଇଛନ୍ତି ଜଣେ ୩୨ ବର୍ଷ ପୁରୁଷ ବନ୍ଧୁ । ବିରିୟାନି ଖାଇବା ସହ ସେ ଗହଣାକୁ ଗିଳିଦେଇଥିଲେ । ଏ ଘଟଣା ସେତେବେଳେ ଜଣାପଡିଲା ଯେତେବେଳେ ଆଲମାରୀରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବନ୍ଧୁଙ୍କ ଉପରେ ସନ୍ଦେହ କରି ଭିରୁଗାମ୍ବୁକୁମ୍ ଥାନାରେ ମାମଲା ରୁଜୁ କରିଥିଲେ । ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ନେଇ ଯାଞ୍ଚ କରିଥିଲା । ପେଟକୁ ସ୍କାନ କରିବା ପରେ ସୁନା ଥିବା ଜଣାପଡିଥିଲା । ପୋଲିସର ସୂଚନା ଅନୁସାରେ, ମଦ ନିଶାରେ ଥିବା ପୁରୁଷ ଜଣଙ୍କ ବିରିୟାନୀ ଖାଇବା ସହ ସୁନାକୁ ବି ଖାଇଥିଲେ ।