ଉଦୟପୁର ପରେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କୁ ଛୁରୀରେ ଆକ୍ରମଣ

0
154

ରାଜସମନ୍ଦ: ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଦଳର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ‌କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦୁଇ ଜଣ ଯୁବକ ସତୀଶ ପୁନିଆଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ହେଲେ ସେଠାରେ ଉପସ୍ଥିତି ଦଳୀୟ କର୍ମୀଙ୍କ ପାଇଁ ପୁନିଆଙ୍କ ଜୀବନ ବଞ୍ଚିଯାଇଥିଲା।

ତେବେ ଆକ୍ରମଣକାରୀ ପ୍ରକୃତରେ କାହାକୁ ଟାର୍ଗେଟ କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାଥଦ୍ୱାରରେ ରାଜସମନ୍ଦ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ବୈଠକ ଚାଲିଥିଲା। ଏହି ସଭାରେ ସତୀଶ ପୁନିଆଙ୍କ ସମେତ ଦଳର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ସମୟରେ ହଠାତ୍ ଆକ୍ରମଣ ହେବା ସଭାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରି ଦେଇଥିଲା।

ତେବେ ସତୀଶ ପୁନିଆଙ୍କୁ କିଛି ହୋଇନଥିଲେ ବି ଆକ୍ରମଣକାରୀଙ୍କ ଆକ୍ରମଣରେ ବିଜେପି ଜିଲ୍ଲା ସଭାପତି ମାନସିଂହ ବାରହଠଙ୍କ ପୁଅ ଅରବିନ୍ଦ ସିଂ ବାରହଠ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିବା ପରେ ଜିଲ୍ଲା ସଭାପତିଙ୍କ ପୁଅକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ଦୁଇଜଣ ଯୁବକ ସମ୍ପୃକ୍ତ ଥିବା କୁହାଯାଉଥିବା ବେଳେ ରାଜସମନ୍ଦ ଜିଲ୍ଲା ସଭାପତିଙ୍କ ପୁଅକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ଲୋକେ କାବୁ କରିନେଇଥିବା ଜଣାପଡ଼ିଛି।

Also Read  ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି

LEAVE A REPLY

Please enter your comment!
Please enter your name here