ଆମେରିକାର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ

0
156
al-qaeda-chief-al-zawahiri-killed-in-us-drone-attack

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜଓ୍ବାହିରି ନିହତ । ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଜୱାହରି ନିହତ ହୋଇଛି । ଆମେରିକାର ସିଆଇଏ ଅଧିକାରୀମାନେଗଣମାଧ୍ୟମ ସଂସ୍ଥା ରଏଟରକୁ ଏହି ସୂଚନା ଦେଇଛନ୍ତି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଅୟମାନ ଲାଦେନର ମୃତ୍ୟୁ ପରେ ୨୦୧୧ରୁ ଅଲକାଏଦାର ମୁଖ୍ୟ ନେତା ପାଲଟିଥିଲା । ତେବେ ତାର ମୃତ୍ୟୁ ପରେ ଏହା ଆତଙ୍କବାଦୀ ସଙ୍ଗଠନକୁ ବହୁତ ବଡ ଝଟକା ବୋଲି କୁହାଯାଉଛି ।

ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦି ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା । ସେହି ଦିନଠାରୁ ଆୟମାନ ଅଲ ଜୱାହିରୀ ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାଙ୍କ ଠିକଣା ଖୋଜା ଯାଇଥିଲା। ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦିମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଅଲ ଜୱାହିରି ନିହତ ହୋଇଥିବା କୁହାଯାଇଛି ।

Also Read  ପାଓ୍ୱାରଙ୍କୁ ମନାଇପାରିବେ ମମତା ? ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ ନାହିଁ ଏକତା

LEAVE A REPLY

Please enter your comment!
Please enter your name here