ଓଡିଶା ବିଜେପି କାର୍ଯ୍ୟାଳୟରେ ଅମିତ ଶାହାଙ୍କ ରୁଦ୍ଧଦ୍ବାର ବୈଠକ; ଦଳୀୟ ନେତାଙ୍କୁ ଦେଲେ ଏଭଳି ଗୁରୁମନ୍ତ୍ର…

0
189
Home Minister Amit Shah To Visit Odisha On March 26
Home Minister Amit Shah To Visit Odisha On March 26

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର‌ ଦେଇଛନ୍ତି। ପ୍ରାୟ ୫୦ମିନିଟ ଧରି ବୈଠକ କରିଥିଲେ ଅମିତ ଶାହା । ୨୦୨୪ ନିର୍ବାଚନ ପାଇଁ କଣ ହେବ ବିଜେପିର ରଣନୀତି ସେନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ଅମିତ ଶାହା । ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶାହ। ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ମଧ୍ୟ କର୍ମୀମାନଙ୍କୁ କହିଛନ୍ତି ଶାହା । ସ୍ୱରକୁ ଶାଣିତ କରିବା ସହ ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ଓଡିଶାରେ ସରକାର ଗଢିବାର ବହୁ ସମ୍ଭାବନା ଓ ସୁଯୋଗ ଅଛି ବୋଲି ଶାହା କହିଥିଲେ ।

Also Read  6,498 schools damaged in cyclone Fani in Odisha

LEAVE A REPLY

Please enter your comment!
Please enter your name here