ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ

0
151
cm-naveen-pattanaik-in-prajatantra-75th-foundation-day

ଭୁବନେଶ୍ୱର: ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣରେ କହିଥିଲେ, ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ। ଗଣମାଧ୍ୟମ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ମହାନ ସଂସ୍କୃତି, ଐତିହ୍ୟ ମୂଲ୍ୟବୋଧକୁ ବଜାୟ ରଖିବା, ଜାତୀୟ ସଂହତି ଓ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଗଣମାଧ୍ୟମର ଦାୟିତ୍ୱ ହେବା ଉଚିତ । କୌଣସି ଭୟ କିମ୍ବା ଅନୁରାଗ ବିନା ଗଣମାଧ୍ୟମ ଏହାର କର୍ତ୍ତବ୍ୟ ପାଳନ କରିବା ଉଚିତ । ଭାରତ ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରିଥିଲେ ମଧ୍ୟ ଏହି ୭୫ ବର୍ଷ ମଧ୍ୟରେ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବାରେ ସଫଳ ହୋଇଛି । ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ଆମ ଦେଶ ପରିଚାଳିତ ହେଉଛି ।ସତ୍ୟ ଓ ଅହିଂସା ହେଉଛି ଆମର ମୁଖ୍ୟ ନୀତି ଆଦର୍ଶ । ସ୍ୱାଧୀନତା ସଂଗ୍ରାମ ଆମକୁ ଏହି ଆଦର୍ଶ ଶିଖିଛୁ । ଆମେ ସ୍ୱାଧୀନତାର ୭୫ ବର୍ଷରେ ଆମ ଦେଶର ସାମ୍ବିଧାନିକ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତ୍ୟେକ ସ୍ତରରେ ଆଗକୁ ବଢାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Also Read  ବ୍ରଜରାଜନଗର ଉପନିର୍ବାଚନରେ ବୃହତ ବିଜୟ ହାସଲ କଲା ବିଜେଡି, ୬୫,୭୯୧ ଖଣ୍ଡ ଭୋଟରେ ବାଜି ମାରିଲେ ଅଳକା ମହାନ୍ତି

LEAVE A REPLY

Please enter your comment!
Please enter your name here