କଟକ-ବାରବାଟୀ ବିଧାୟକଙ୍କୁ ଝଟକା: ପିଟିସନ ଖାରଜ ସହ ୫ ହଜାର ଟଙ୍କାର ଜରିମାନା ଲଗାଇଲେ ମାନ୍ୟବର ହାଇକୋର୍ଟ

0
502
barabati-cuttack-assembly-election-case-hearing

କଟକ: କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା । ମାମଲାର ଗୁରୁତ୍ବ ନ ଥିବା ଦର୍ଶାଇ ବିଧାୟକ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିବା ସହ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟର କରିଥିଲେ ମୋକିମ ।

ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା। ଏହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ।

ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ ମୋକିମ। ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ। ଏବେ ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ହେବ ଶୁଣାଣି। ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Also Read  Tree fall on school, Injures five students in Malkangiri