ଭୁବନେଶ୍ୱର: ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରେ ଥିବା ATM ଲୁଟ ମାମଲାରେ ୨ ଲୁଟେରାକୁ ବାଙ୍ଗଲୋରରୁ ଗିରଫ କରିଛି କମିସନରେଟ୍ ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍ ପାଇଁ ଭୁବନେଶ୍ବର ଆସିଥିଲେ । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମ ମେସିନ୍ ତାଡ଼ି ଏକ ଟାଟା ଏସି ଗାଡ଼ିରେ ନେଇ ଦୟା ନଦୀ କୂଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ସ୍ପେଶାଲ ସ୍କ୍ଵାର୍ଡ ତଦନ୍ତ ଚଳାଇଥିଲା । ସରାଇ ଆପ ଜରିଆରେ ଲୁଟେରାଙ୍କୁ ଚିହ୍ନଟ କରିଥିଲା ପୋଲିସ । ଏହି ଘଟଣାରେ ୫ ଜଣ ଲୁଟେରା ସମ୍ପୃକ୍ତ ଥିଲେ । ଲୁଟ୍ ପରେ ଲୁଟେରା ମାନେ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

























